ସାଙ୍ଗଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ ଗଲା ସାଙ୍ଗ 

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଆଗୋଳା ଥାନା ଖଇରପାଲି ଫାଣ୍ଡି କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ଗୋଇଡା ଗ୍ରାମରେ ମଦ ନିଶାରେ ନିଜର ସାଙ୍ଗ ରଣଜିତ ନାୟକ (୨୬)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ପ୍ରଭାତ କୁମୁରା (୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ‌ରିଆମାଳ ଜେଏମ୍‌ଏଫ୍‌ସି କୋର୍ଟରେ ନାମିମ ନାମଞ୍ଜୁର ହେବାରୁ ଅଭିଯୁକ୍ତ ପ୍ରଭାତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ବୁଧବାର ସନ୍ଧ୍ୟାରେ ଦୁଇ ସାଙ୍ଗ ଏକାଠି ମଦ୍ୟପାନ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ରାଗରେ ପ୍ରଭାତ ରଣଜିତଙ୍କ ପିତା ବାଙ୍ଗୁରୁକୁ ଆସି ତଣ୍ଟି ଚିପି ଦେଇଥିଲା। ରଣଜିତ ପ୍ରତିବାଦ କରିବାରୁ ପ୍ରଭାତ ଘରକୁ ପଳାଇ ଥିଲା। ରାତିରେ ଟାଙ୍ଗିଆ ଧରି ଆସି ରଣଜିତଙ୍କୁ ହାଣି ଦେଇଥିଲା।

ସମ୍ବନ୍ଧିତ ଖବର