ସୁନ୍ଦରଗଡ଼: ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡିହିରେ ଵୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପଡ଼ୋଶୀ ଘରର ଯୁଵକ କାର୍ତ୍ତିକ ତିଗା ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୃତା ମହିଳାଙ୍କ ନାମ ବାଛି ଓରାମ (୬୫)। ଗୁରୁତର ସ୍ବାମୀ ହେଲେ ମାଧ ଓରାମ। କିଛି ଦିନ ତଳେ କୌଣସି ଘଟଣାକୁ ନେଇ ଦମ୍ପତିଙ୍କର ପୁଅ ବଳ ଓରାମଙ୍କ ସହ ଅଭିଯୁକ୍ତ କାର୍ତ୍ତିକଙ୍କ ଝଗଡ଼ା ହୋଇଥିଲା। ରାଗ ରଖି କାର୍ତ୍ତିକ ରାତିରେ ବଳଙ୍କୁ ମାରିବା ପାଇଁ ଟାଙ୍ଗିଆ ଧରି ଆସିଥିଲା। କିନ୍ତୁ ସୌଭାଗ୍ୟବଶତଃ ବଳ ପାଖ ଘରକୁ ଟିଭି ଦେଖିବାକୁ ଯାଇଥିବାରୁ ତାଙ୍କୁ ନ ପାଇ ଦମ୍ପତିଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ଭାବେ ମିଳିଥିବା ସୂଚନାରୁ ଜଣାପଡ଼ିଛି। ପୁଲିସ ଆଜି ସକାଳୁ ଘଟଣାସ୍ଥଳରେ ମୃତ ମହିଳଙ୍କ ଶଵ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇଛି। ଏଣେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/British-era_DHH-.jpg)