୮ ବର୍ଷର ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା: ଅଭିଯୁକ୍ତ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ଼ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁଲୁହାଣ କରିଥିବା ବେଳେ ଧନପତ ଗହୀରର ଭାଇ ୮ ବର୍ଷର ପରମେଶ୍ୱର ଗହୀରକୁ ନିର୍ମମ ଭାବେ ହତ୍ୟା କରିଛି । ପୁଲିସ ଅଭିଯୁକ୍ତ ଜିତେନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ପଣ୍ଡରେନ ଗାଁର ଜିତେନ ପୋଡ଼ କିଛି ଦିନ ଆଗରୁ ଧନପତ ଗହୀରକୁ ଜମି ମାଗୁଥିଲା। ଧନପତ ମୋର ଜମି କାହିଁକି ମାଗଣାରେ ଦେବି ବୋଲି ମନା କରିଦେଇଥିଲା । ତେବେ ଆଜି ସକାଳ ସମୟରେ ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଜିତେନ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷର ବାଳକ ପରମେଶ୍ୱରକୁ ଟାଙ୍ଗିଆ ଆକ୍ରମଣ କରି ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକରେ ତାର ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୁଲିସ ଜିତେନକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର