ସାଇକେଲକୁ ନେଇ କଳି: କକାକୁ ହତ୍ୟା କଲା ପୁତୁରା, ସାତ ବର୍ଷର ଭଉଣୀର ହାତ କାଟିଲା

ରାଉରକେଲା: ସାମାନ୍ୟ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ବଚସା ଏକ ହତ୍ୟାକାଣ୍ଡର ରୂପ ନେଇଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜାଘାଟ ଗ୍ରାମରେ। ସୂଚନା ଅନୁସାରେ ଗ୍ରାମର ରବୀନ୍ଦ୍ର ନାଏକ (୪୫)ଙ୍କର ଏକ ସାଇକେଲ ପୁତୁରା ସୁଶାନ୍ତ ନାଏକ ମାଗି ନେଇ ଚଳାଉ ଥିଲା। ସାଇକେଲ ଅବସ୍ଥା ଖରାପ କରିବାରୁ କାକା ରବୀନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ସାଇକେଲ ଟି ଆଣି କଚାଡି ଦେଇ ଗାଳି ଗୁଲଜ ଆରମ୍ଭ କରିଥିଲା। କଜିଆ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି କାକା ରବୀନ୍ଦ୍ରକୁ ଆକ୍ରମଣ କରିଥିଲା। ରବୀନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ପାଗଳ ପ୍ରାୟ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟି ସେ ମଧ୍ୟ ପଡ଼ିି ଯାଇଥିଲା।

ଭୁଜାଲି ଆକ୍ରମଣରେ ରବୀନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ ଟଳିପଡି ଥିଲା। ଖବର ପାଇ ଗ୍ରାମବାସୀ ପୁଲିସରେ ଖବର ଦେବା ପରେ ପୁଲିସ ହତ୍ୟାକାରୀ ଓ ଆହତ ସାତ ବର୍ଷର ଝିଅକୁ ଉଦ୍ଧାର କରି ରାଉରକେଲା ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି। ଏବେ ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ରାଉରକେଲାରେ ଚିକିତ୍ସାଧୀନ ଅଭିଯୁକ୍ତକୁ କଡା ପହରା ମଧ୍ୟରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର