କାଠଫାଳିଆରେ ପିଟିପିଟି ମା’ଙ୍କୁ ହତ୍ୟା କରି ପୁଅ ଗିରଫ

ବିନିକା: ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନ ଅନ୍ତର୍ଗତ ସିଙ୍ଗିଯୁବା ପଞ୍ଚାୟତ ଖଇରମାଳ ଗ୍ରାମରେ ନିଜ ଜନ୍ମ କଲା ମା’ଙ୍କୁ  କାଠ ଫାଳିଆରେ ପିଟିପିଟି ପୁଅ ହତ୍ୟା କରିବା ଘଟଣା ଏହି ଅଞ୍ଚଳରେ ଚାଞ୍ଚ୍ୟଲ୍ୟ ଖେଳାଇ ଦେଇଛିା ତେବେ ହତ୍ୟାର ପ୍ରକୃତ ଘଟଣା ଜଣାପଡ଼ିନାହିଁ ।

ପ୍ରାପ୍ତ ସୁଚନା ଅନୁସାରେ ଆଜି ଭୋରରୁ ସତ୍ୟ ଭୋଇ ( ୬୦) ଦାନ୍ତ ଘଷିବା ପାଇଁ ଘରୁ ବାହାରିବାକୁ ଯିବା ସମୟରେ  ନିଜ ପୁଅ  ଗଣେଶ ଭୋଇ (୨୮) ଏକ କାଠ ଫାଳିଆରେ ମା’ ଙ୍କୁ ମୁଣ୍ଡରେ  ଆକ୍ରମଣ କରିଥିଲେ। ମୁଣ୍ଡରେ ମାଡ଼ ହେବା ଦ୍ବାରା ମା’ଙ୍କର ମୁଣ୍ଡଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଗଣେଶକୁ ଗିରଫ କରି ଥାନାକୁ ଆଣିଥିଲେ। ଅଭିଯୁକ୍ତ ପୁଅର ମୁଣ୍ଡ ଠିକ୍ ନ ଥିବା ଆଲୋଚନା ହେଉଛି।  ଏହି ଘଟଣାରେ ପୁଲିସ ମୃତ ଦେହକୁ ଜବତ କରି ବିନିକା ଡାକ୍ତରଖାନକୁ  ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ  ଅଭିଯୁକ୍ତକୁ ପଚରାଉଚୁରା ଜାରି ରଖିଛି।

ସମ୍ବନ୍ଧିତ ଖବର