ନାରାୟଣପାଟଣା: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଥାନା ଜାଗୁଗୁଡ଼ା ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି। ଏହାର ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ବନ୍ଧୁଗାଁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ମୃତ ବ୍ୟକ୍ତିଙ୍କ ନାମ ସାଲୋ ହାରେକା। ସେ ଜାଗୁଗୁଡା ଗାଁର ବାସିନ୍ଦା ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁଗାଁ ଥାନା ଅନ୍ତର୍ଗତ ଜାଗୁଗୁଡା ଗାଁ ରେ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା।ଏହି କାରଣରୁ ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଜଣକୁ ଅଟକ ରଖି ପଚରାଉଚରା କରୁଛି ବନ୍ଧୁଗାଁ ପୋଲିସ । ଘଟଣା ସ୍ଥଳରେ କୋରାପୁଟର ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାଯାଇଛି ।
ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା, ପାରିବାରିକ କଳହ ସନ୍ଦେହ
/sambad/media/post_attachments/wp-content/uploads/2020/07/dead-sisat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)