ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ, ୪ ପୁତୁରାଙ୍କ ଆକ୍ରମଣରେ ଦାଦାଙ୍କର ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ବୁଢ଼ୀପଦର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ଘଟିଯାଇଛି ହତ୍ୟାକାଣ୍ଡ । ନିଜ ଦାଦା ଙ୍କୁ ହତ୍ୟା କରିଛନ୍ତି ୪ ଜଣ ପୁତୁରା । ଚିକିତ୍ସାଧୀନ ଅବସ୍ଥାରେ ଦାଦା ଗିରଧାରୀ ପଟେଲଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଜମିବାଡ଼ିକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ଲାଗି ରହିଥିଲା । ତେବେ ଦାଦା ଗିରଧାରୀ ଚାଷ ଜମିରେ ମାଟି କାମ କରୁଥିବା ସମୟରେ ରେ ତାଙ୍କର ୪ ଜଣ ପୁତୁରା ଜମିରେ କାହିଁକି ମାଟି କାମ କରିଛ ବୋଲି ବିରୋଧ କରି ଗଣ୍ଡଗୋଳ କରିଥିଲେ ।

ପରେ ୪ ଜଣ ପୁତୁରା ଦାଦାକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଗାଁ ଲୋକ ଘଟଣା ସଂପର୍କରେ ଖବର ପାଇ ଗୁରୁତର ଅବସ୍ଥାରେରେ ଦାଦା ଗିରଧାରୀଙ୍କୁ ଟିଟିଲାଗଡ଼ ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସିନ୍ଧେକେଲା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଜଣକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ଗିରିଧାରୀଙ୍କ ସ୍ତ୍ରୀଙ୍କର ପ୍ରାୟ ମାସକ ତଳେ  ମୃତ୍ୟୁ ହୋଇଥିଲା ।ଏଣେ ବାପା ମରିଯିବା ପରେ ଘରେ ଥିବା  ବଡ଼ ଝିଅ ଭଜହରି ପଟେଲ (୨୫), ପୁଅ ଫକିର  (୨୦) , ମକରଧ୍ୱକ (୧୫) ଓ ମଧୁସୁଦନ ଅନାଥ ହୋଇଗଲେ । ଏବେ ବାପା, ମା’ ଛେଉଣ୍ଡ ଚାରି ପୁଅ, ଝିଅଙ୍କୁ ସାହା ହେବ କିଏ । ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ଗୋଟିଏ କୋଠରୀ ଥିବା କୁଡ଼ିଆ ଘରେ ଏମାନଙ୍କ ଜୀବନ ବିତାଉଥିଲେ । ବାପା ମା’ଙ୍କର ମୃତ୍ୟୁ ପରେ ବଡ଼ ଝିଅର ବିବାହ ଓ ଅନ୍ୟ ପୁଅମାନଙ୍କର ଲାଳନପାଳନ ସହ ପାଠପଢା ପାଇଁ କିଏ ସାହାଯ୍ୟ ଦେବ?  ସରକାର ଏ ଦିଗରେ ଦୃଷ୍ଟି ଦେଇ ଅନାଥ ଝିଅ ପୁଅଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଗାଁ ଲୋକ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର