ଭୋଗରାଇ: ବାଲେଶ୍ବର ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଅପରାଧୀ ରତନ ଦାସ ନାଁ ରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର , ଗୋଆ ଭଳି ରାଜ୍ୟରେ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଛିନ୍ତାୟୀ ,ଲୁଟ, ଚୋରା ବନ୍ଧୁକ ଚାଲାଣ ଅଭିଯୋଗରେ ବହୁ ମାମଲା ରହିଥିବା ସୂଚନା ମିଳିଛି। ତେବେ ଗତକାଲି ବିଳମ୍ବିତ ରାତିରେ ଜଗାକୁ ତାର ନିଜ ଗାଁ ରେ ଅର୍ଥାତ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା କୁରୁଣ୍ଠିଆ ଗାଁରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ପ୍ରତିଦିନ ଭଳି ଗତକାଲି ବିଳମ୍ବିତ ରାତିରେ ଜଗା ବିଭିନ୍ନ ଗାଡ଼ିରୁ ଦାଦାବଟି ଆଦାୟ କରୁଥିବା ବେଳେ ଗାଡ଼ିଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ଜଗାକୁ ହତ୍ୟା କରାଯାଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଏହା ଏକ ଦୁର୍ଘଟଣା ବୋଲି ଆଲୋଚନା ଜୋର ଧରିଛି। ତେବେ କମର୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଜଗାର ଅନ୍ତର୍ରାଜ୍ୟ ଅପରାଧୀ ସହ ଲିଙ୍କ ଥିବା ଯୋଗୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-2.jpg)