ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସ୍ତ୍ରୀ ଓ ଦୁଇ ଝିଅ ମିଶି ସ୍ବାମୀ ସୁନଦ ପ୍ରଧାନଙ୍କୁ ହତ୍ୟା କରିବା ଘଟଣା ନୂଆ ମୋଡ଼ ନେଇଛି। ଏହି ଘଟଣାରେ ପୁଲିସ୍ କେବଳ ସ୍ତ୍ରୀ ଓ ଦୁଇ ଝିଅ ନୁହନ୍ତି, ବରଂ ମୋଟ୍ ୮ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନଙ୍କ ଭିତରେ ସ୍ତ୍ରୀ ଭାରତୀ ପ୍ରଧାନ, ଦୁଇ ଝିଅ, ତାଙ୍କ ବାପା, ଭାଇ , ଭାଇଙ୍କ ଶାଳକ ଓ ତାଙ୍କ ସାଙ୍ଗମାନେ ଅଛନ୍ତି। ଗତକାଲି ଏମାନଙ୍କୁ ସମଲ ଥାନା ପୁଲିସ୍ ଗିରଫ କରିଛି।
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ ୨ ଝିଅଙ୍କ ସହ ମିଶି ସ୍ବାମୀ ସୁନଦ ପ୍ରଧାନ(୫୧)ଙ୍କୁ ସ୍ତ୍ରୀ ହତ୍ୟା କରିଥିଲେ ବୋଲି ପ୍ରଥମେ କୁହାଗଲା। ଏହାପରେ ସମଲ ଥାନାରେ ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ତ୍ରୀ ଭାରତୀ ପ୍ରଧାନ(୪୫), ଝିଅ ବୁନୁ(୨୪) ଓ ଲୁନୁ(୨୦) ଆତ୍ମସମର୍ପଣ କରିଥିଲେ । ସ୍ତ୍ରୀ ଭାରତୀ ପ୍ରଧାନ ନିଜେ କେବଳ ଏହି ହତ୍ୟା କରିଥିବା କହୁଥିବା ହେତୁ ପୁଲିସ ତାଙ୍କୁ ଗିରଫ କରିଥିଲା ।
ଅପରପକ୍ଷରେଏ ନେଇ ମୃତକ ସୁନନ୍ଦଙ୍କର ଭଉଣୀ ଲୋଚନଙ୍କ ଅଭିଯୋଗ କରିଥିଲେ ଯେ ସ୍ତ୍ରୀ ଭାରତୀ ଓ ତାଙ୍କ ଦୁଇ ଝିଅ ବୁନୁ ଓ ଲୁନୁ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ରଖୁଥିବାରୁ ଏହାକୁ ବିରୋଧ କରିଆସୁଥିଲେ ସୁନଦ। ଏଣୁ ସେମାନେ ସବୁଦିନ ପାଇଁ ସୁନଦଙ୍କୁ ରାସ୍ତାରୁ ଥିବାରୁ ହଟାଇବା ଲାଗି କିଛି ଗୁଣ୍ଡାଙ୍କ ସହ ମିଶି କାନ୍ଥରେ ତାଙ୍କ ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି। ସମଲ ଥାନା ପୁଲିସ୍ ଏହି ହତ୍ୟାକାଣ୍ଡର ତଦନ୍ତ କରି ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଅନୁଗୁଳ: ସୁନଦ ପ୍ରଧାନ ହତ୍ୟାକାଣ୍ଡର ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍
ସ୍ତ୍ରୀ, ଦୁଇ ଝିଅ,ତାଙ୍କ ବାପା, ଭାଇ, ଭାଇଙ୍କ ଶାଳକ ଓ ତାଙ୍କ ସାଙ୍ଗ ଗିରଫ
/sambad/media/post_attachments/wp-content/uploads/2020/07/murder-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)