ନିଜ ସାବତ ମା’ଙ୍କୁ ତଣ୍ଟି ଚିପି ହତ୍ୟା କରିଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ

ନବରଙ୍ଗପୁର: ନବରଙ୍ଗପୁରରେ ଅଭାବନୀୟ ଘଟଣା । ସାବତ ମା’ଙ୍କୁ ହତ୍ୟା କରିଲା ପୁଅ । ନବରଙ୍ଗପୁର ସହର ଗାଦବାଗୁଡା ସାହିର ଶ୍ରୀଧର ମହାପାତ୍ର ତାଙ୍କ ପୁଅ ନିଜ ସାବତ ମା’ଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।
ତାଙ୍କ କହିବା ଅନୁସାରେ ସେ ନିଜ ହୋଟେଲ ଥିଲେ। ଏହି ସମୟରେ ପୁଅ ସୂର୍ଯ୍ୟକାନ୍ତ(୩୦) ତାଙ୍କ ସ୍ତ୍ରୀ ରୁନି(୫୦)ଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଛି ବୋଲି ଶ୍ରୀଧର ମହାପାତ୍ର ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ଝିଅଙ୍କ ସହିତ ଘରୋଇ ସମ୍ପତ୍ତି ତଥା ଘର ନିଜ ନାମରେ କରିବାକୁ ନେଇ ନିଜ ସାବତ ମା’ଙ୍କ ସହିତ ବାଦ ବିବାଦ ରହିଥିବା ନେଇ ସୂଚନା ଦେଇଛନ୍ତି।

ଗତ ଚାରି ପାଞ୍ଚ ମାସ ପୂର୍ବରୁ ଏହି ବିବାଦ ଆରମ୍ଭ ହୋଇଥିଲା, ଯାହା ଆଜି ଉଗ୍ର ରୂପ ଧାରଣ କରିଥିଲା ଏବଂ ଶେଷରେ ଘରେ କେହି ନ ଥିବା ବେଳେ ତାଙ୍କ ପୁଅ ତା ମାଙ୍କୁ ଏକ ଗାମୁଛା ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପୁଅ ସୂର୍ଯ୍ୟକାନ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶ୍ରୀଧର ମହାପାତ୍ର ଦ୍ଵିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଓ ଦୁଇ ଝିଅ ରହିଥିଲେ ଏବଂ ଦ୍ଵିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର