ସାନ ଭାଇର କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ, ଫେରାର୍ ହେବା ସମୟରେ ଅଭିଯୁକ୍ତକୁ ପୁଲିସ୍ ଜିମାଦେଲେ ଗ୍ରାମବାସୀ

ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ସାନ ଭାଇର କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନାୟକାଣିଡିହି ଗାଁର ଭଗବାନ ବାରିକ(୫୮) ଆଜି ସକାଳେ ବାରି ପଛପଟକୁ ଶୌଚ ହେବାକୁ ଯାଇଥିଲେ। ସେ ଫେରିବା ବେଳେ ପୂବର୍ରୁ ତାଙ୍କୁ ଛକିଥିବା ସାନ ଭାଇ ରତ୍ନାକର ବେହେରା (୪୫) ସାନ ଭାଇ କଟୁରିରେ ବଡ଼ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବଡ଼ଭାଇ ଭଗବାନ ବାରିକଙ୍କର ମୃତ୍ୟୁ ହୋଇଥିଲା।

Photo: LatestLY

ଅଭିଯୁକ୍ତ ରତ୍ନାକର ବେହେରା ଫେରାର୍ ହେବା ଲାଗି ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ତାକୁ ପୁଲିସ୍ ଜିମା ଦେଇଥିଲେ। ନାୟକାଣିଡିହି ଥାନା ପୁଲିସ୍ ଅଭିଯୁକ୍ତ ରତ୍ନାକର ବେହେରାକୁ ଗିରଫ କରିଥିବା ବେଳେ ଭଗବାନ ବାରିକଙ୍କର ଶବକୁ ଜବତ କରିଥିଲା। ପୁଲିସ୍  ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଜମି ବିବାଦରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ପୁଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର