ବାଲିକୁଦା: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ଜଣେ ମହିଳା ନିଜର ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାଯାଇଛି। ଏହାପରେ ଉକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି ବାଲିକୁଦା ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁଯାୟୀ, ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ସ୍ୱାମୀ ସୁଶାନ୍ତ ସାମଲ(୩୦)ଙ୍କୁ ଟାଙ୍ଗିଆରେ ହାଣି ସ୍ତ୍ରୀ କବିତା ସାମଲ(୨୫) ହତ୍ୟା କରିଥିଲେ। ଏହା ଫଳରେ ଘଟଣା ସ୍ଥଳରେ ସ୍ବାମୀ ସୁଶାନ୍ତ ସାମଲଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ମୃତକଙ୍କ ଭାଇ ରବୀନ୍ଦ୍ର ସାମଲ ଥାନାରେ ଅଭିଯୋଗ ପରେ କବିତା ସାମଲଙ୍କୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।
କବିତାଙ୍କର କହିବା ଅନୁଯାୟୀ ସ୍ବାମୀ ସୁଶାନ୍ତ ଜଣେ ନିଶାସକ୍ତ । ମଦ ପିଇବାକୁ ନେଇ ଉଭୟଙ୍କ ଭିତରେ ସବୁ ବେଳେ ଝଗଡ଼ା ହୁଏ। ଖାଲି ସେତିକି ନୁହେଁ, ନିୟମିତ ଭାବେ ତାଙ୍କୁ ଓ ତାଙ୍କର ଦୁଇ ଝିଅଙ୍କୁ ସୁଶାନ୍ତ ମାଡ଼ ମାରିଥାନ୍ତି। ଏହାକୁ ନେଇ ଗତକାଲି ଉତକ୍ଷିପ୍ତ ହୋଇ ସ୍ୱାମୀ ସୁଶାନ୍ତଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା କବିତା ସ୍ବୀକାର କରିଛନ୍ତି।