ଭଞ୍ଜନଗର: ଗାଁ ଦାଣ୍ଡରୁ ଜଣେ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟଜଣେ ଗୁରୁତରଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଥିବାର ଖବର ମିଳିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା ଅନ୍ତର୍ଗତ ବାତୁଳା ଗ୍ରାମର ହୃଷି ନାହାକଙ୍କ ପୁଅ ରଞ୍ଜନ ନାହାକ ଓ ତାଙ୍କ ସାଙ୍ଗ ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ବିନୋଦ ଗୌଡ଼ ଗତକାଲି ରାତିରେ ବିନୋଦଙ୍କ ମାମୁଁ ଘର ଗାଁ ସାହସପୁରକୁ ଯାଇଥିଲେ। ସେଠାରୁ ବାତୁଳା ଗାଁରେ ପହଞ୍ଚିବା ବେଳେ ଉଭୟଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ରଞ୍ଜନ ନାହାକଙ୍କ ମୃତ୍ୟୁ ଘଟିଥିଲା। ରଞ୍ଜନ ନାହାକ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି।
ଏଣେ ଏଥିରେ ଗୁରୁତର ହୋଇଥିବା ବିନୋଦ ଗୌଡ଼ଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ ଏସଡିପିଓ ବୀରେଶ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/attack.jpg)