ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଅରର ଟାଙ୍ଗିଆ ଚୋଟରେ ଭାଉଜଙ୍କର ପ୍ରାଣହାନି ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁଷଳ ପଞ୍ଚାୟତର କଙ୍ଗଳ ଦଳିତ ବସ୍ତିରେ ଘଟିଛି ଏଭଳି ଅମାନବୀୟ ଘଟଣା। ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ମିଲି ମଳିକଙ୍କ ସ୍ବାମୀ ଅଭିମନ୍ୟୁ ଓ ଶ୍ବଶୂର ଘରେ ନ ଥିବା ବେଳେ ନିଜ ଝିଅ ସହ ଶୋଇଥିଲେ। ସେହି ସମୟରେ ହଠାତ୍ ଦିଅର ରବୀନ୍ଦ୍ର ମଳିକ ମିଲିଙ୍କ ଉପରକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ମିଲି ମଳିକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ।
ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମିଲି ମଳିକ ଗୁରୁତର ହୋଇଥିବା ବେଳେ, ଝିଆରୀ ଆହତ ହୋଇଥିଲେ। ଏହାପରେ ମିଲି ମଳିକଙ୍କୁ ଭୁବନ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ଏହି ଘଟଣାର ଅଭିଯୁକ୍ତ ରବୀନ୍ଦ୍ର ମଳିକଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ଏହି ହତ୍ୟକାଣ୍ଡର କାରଣ ଏଯାବତ୍ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Bhuban-PS-Dhenkanal-odisha-police.in_.jpg)