କୁଜଙ୍ଗ: ପୁଣି ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ। ପ୍ରେମ ବିବାହର ୧୨ ବର୍ଷ ପରେ ମୁଣ୍ଡକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
file photoପ୍ରାପ୍ତ ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ ପାରିବାରିକ କଳିରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ସ୍ବାମୀ ମେଘନାଦ ତରାଇ (୪୨) ଓ ସ୍ତ୍ରୀ ପାର୍ବତୀ ତରାଇ(୩୭)ଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟି ଶୁଣି ମେଘନାଦଙ୍କ ବାପା ଶ୍ରୀଧର ତରାଇ ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେଦୁହେଁ ଦେଖିଲେ ଯେ ମେଘନାଦ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇବାରେ ଲାଗିଛନ୍ତି। ସେଦୁହେଁ ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ମେଘନାଦଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
/sambad/media/post_attachments/wp-content/uploads/2020/10/kujanga-1.jpg)
ଏଣେ ଗାଁରେ ଚର୍ଚ୍ଚା ହେଉଛି ଯେ ସ୍ବାମୀ ମେଘନାଦ ତରାଇ ନିଜର ପୂର୍ବତନ ପ୍ରେମିକା ସହ ସଂପର୍କ ରଖିଥିବାରୁ ସ୍ତ୍ରୀ ପାର୍ବତୀ ତରାଇ(୩୭) ଏହାକୁ ବିରୋଧ କରିଆସୁଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ କଳିକଜିଆ ଲାଗି ରହିଥିଲା। ଖାଲି ସେତିକି ନୁହେଁ ମେଘନାଦଙ୍କ ପୂର୍ବତନ ପ୍ରେମିକା ବି ଗାଁରୁ ଗତ କିଛି ଦିନ ହେବ ଅନ୍ତର୍ଦ୍ଧାନ ହୋଇଯାଇଥିବା କୁହାଯାଉଛି। ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି କୁଜଙ୍ଗ ଥାନା ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Husband-Kills-His-Wife-Ater-12-Years-of-Marriage_Thumbnail.jpg)