ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ଦବୁନା ଗ୍ରାମରେ ଜଣେ ଡମ୍ପର ହେଲପରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ନାମ ବିପିନ ବାରିକ(୨୨)। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଂଚଳରେ ବୋଲି ଜଣା ପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ମୃତ ବିପିନଙ୍କୁ କେହି ମୋବାଇଲରେ ଫୋନ୍ କରି ଡାକିଥିଲେ । ଆଜି ସକାଳେ ତାଙ୍କର ମୃତ ଦେହ ଗ୍ରାମର ଓଏମସି କ୍ୟାମ୍ପ ନିକଟରେ ଲୋକେ ଦେଖିଥିଲେ । ବିପିନଙ୍କ ମୁଣ୍ଡ ଓ ଦେହରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବମେଵାରୀ ଥାନା ଆଇଆଇସି ଦାୟିତ୍ୱରେ ଥିବା ଯୋଡ଼ା ଥାନା ଆଇଆଇସି ରାଇସେନ ମୁର୍ମୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bamebari-ps.jpg)