ରାଉରକେଲା : ଘରୋଇ କଳିକୁ କେନ୍ଦ୍ରକରି ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି। ମୃତ ବଡ଼ ଭାଇ ହେଲେ ଶୁକୁ ଲାକ୍ରା (୩୭)। ଏମିତି ଅଭାବନୀୟ ଘଟଣା ଘଟିଛି କୁଆଁରମୁଣ୍ଡାର ହରପାଲି ଗାଁରେ। କୁଆଁରମୁଣ୍ଡା ଫାଣ୍ଡି ପୁଲିସ ସାନଭାଇ ବଂଧନୁ ଲାକ୍ରା (୨୮)କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ହରପାଲିରେ ଶୁକୁ ଓ ତାର ସାନଭାଇ ବଂଧନୁ ପରିବାର ସହ ରହନ୍ତି । ଅନେକ ସମୟରେ ଶୁକୁ ନିଶା ସେବନ କରି ଘରକୁ ଫେରି ଝଗଡ଼ା କରେ। ଏହାକୁ ବଂଧନୁ ଓ ତାର ପତ୍ନୀ ବିରୋଧ କରନ୍ତି । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଶୁକୁ ଘରେ ସମସ୍ତଙ୍କୁ ଗାଳି ଗୁଲଜ କରିଥିଲେ। ବଂଧନୁଙ୍କ ପତ୍ନୀଙ୍କୁ ବି ମାଡ଼ ମାରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଂଧନୁ ଏକ କାଠ ଫାଳିଆରେ ବଡ଼ ଭାଇ ଶୁକୁକୁ ଆକ୍ରମଣ କରିଥିଲେ।
ଶୁକୁ ଗୁରୁତର ହୋଇ ତଳେ ପଡ଼ିଯିବା ପରେ ବଂଧନୁ ସେଠାରୁ ଚାଲି ଯାଇଥିଲା । ଗୁରୁତର ଶୁକୁକୁ ପ୍ରଥମେ କୁଆଁରମୁଣ୍ଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Brother-Killed-His-Brother_Thumbnail.jpg)