ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଞ୍ଚଳରେ ଜଣେ ଜ୍ବାଇଁ ଶ୍ୱଶୁରଙ୍କୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଭଅଁରଖୋଲ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜ୍ବାଇଁ ଲଳିତ ଓରାମ ଶ୍ବଶୂର ଘରେ ପହଞ୍ଚି ପାଟିତୁଣ୍ଡ କରିଥିଲା। ଘରେ ଶୋଇଥିବା ଶ୍ବଶୂର ବିଶେଶ୍ୱର ନାଗ ଏହାର ପ୍ରତିବାଦ କରିବାରୁ ଲଳିତ ଆହୁରି ରାଗି ଯାଇଥିଲା। ସେ ପାଖରେ ପଡ଼ିଥିବା ଏକ ବାଡ଼ିରେ ଜୋରରେ ବିଶେଶ୍ୱରଙ୍କୁ ପିଟିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ବିଶେଶ୍ୱରଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇବା ପରେ ଅଭିଯୁକ୍ତ ଲଳିତ ଓରାମକୁ ଲେଫ୍ରିପଡା ଥାନା ପୁଲିସ ଗିରଫ କରିଥିଲା। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ମୃତ ବିଶେଶ୍ୱରଙ୍କର ବୟସ ୪୨ ବର୍ଷ ହୋଇଥିବା ବେଳେ ଜ୍ବାଇଁ ଲଳିତର ବୟସ ୩୫ ବର୍ଷ ବୋଲି ଜଣାଯାଇଛି। ଘରେ ଅନ୍ୟ କେହି ନଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Man-KIlls-Father-in-Law_Thumbnail.jpg)