ଠେଙ୍ଗାରେ ବାଡ଼େଇ ବାଡ଼େଇ ଯୁବକଙ୍କୁ ନୃଶଂସ ହତ୍ୟା, ଥାନାରେ ଅଭିଯୁକ୍ତ ଅଟକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳରେ ଠେଙ୍ଗାରେ ବାଡ଼େଇ ବାଡ଼େଇ ଜଣେ ଯୁବକଙ୍କୁ ନୃଶଂସ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିl ମୃତକ ଜଣକ ହେଲେ ବୀରମିତ୍ରପୁର ପୌରାଞ୍ଚଳ ଏଗାର ନମ୍ବର ୱାର୍ଡ ଅନ୍ତର୍ଗତ ତଲସରା ଗାଁର ପ୍ରହ୍ଲାଦ ଲାଖୁଆ l

ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି l ବୀରମିତ୍ରପୁର ପୁଲିସ ଅଭିଯୁକ୍ତ ରଞ୍ଜିତ ପ୍ରଧାନକୁ ଥାନାରେ ଅଟକ ରଖିଛି l ହତ୍ୟାର କାରଣ ଅସ୍ପଷ୍ଟ ରହିଛି l ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ରଞ୍ଜିତ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି l

image source-ophwc.nic.in

ଖବର ପାଇ ବୀରମିତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ମୃତକଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ମୃତକ ପ୍ରହ୍ଲାଦ ଲାଖୁଆ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି କୁହାଯାଉଛି। ପ୍ରହ୍ଲାଦ ଓ ରଞ୍ଜିତ ଦୁହେଁ ଗତକାଲି ବିଳମ୍ବିତ ରାତିରେ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର