ଯୁବକଙ୍କୁ ହତ୍ୟା କରି କଦଳୀ କିଆରିରେ ଫିଙ୍ଗିଲେ

ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଚାଣ୍ଟିପାଲି-ମୁରଲୀପାଲି ରାସ୍ତାର ଦରରୀ ଡୁବୁରୀ ପୋଖରୀ ନିକଟ କଦଳୀ କିଆରିରେ ବୁଧବାର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଶବଟି ଧୁଲୁଣ୍ଡା ଗ୍ରାମର ପିଣ୍ଟୁ ଦେହେରୀ (୨୮)ଙ୍କର ଓ ସେ କିଛି ଦିନ ହେଲା ନିଖୋଜ ଥିଲେ। ଆଜି ସକାଳ ୯ଟା ବେଳେ କଦଳୀ କିଆରିରେ ଶବ ପଡ଼ିଥିବା ଦେଖି କେହି ଜଣେ ପୁଲିସ୍‌କୁ ଖବର ଦେଇଥିଲେ। ପିଣ୍ଟୁଙ୍କ ବାଇକ୍‌ ଘଟଣା ସ୍ଥଳରୁ ପ୍ରାୟ ୫୦ ମିଟର ଦୂରରେ ଥିଲା।

ତାଙ୍କ ମୁହଁ ଓ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା ପରେ ସେଠାରେ ଫୋପାନି ଦିଆଯାଇଥିବା ପିଣ୍ଟୁଙ୍କ କକା ସଚିଦାନନ୍ଦ ଦେହେରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଥାନାଧିକାରୀ କେ. ସାମରିଆ, ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ପିଣ୍ଟୁ ଏକ କାରଖାନାରେ କାମ କରୁଥିବା ଗ୍ରାମବାସୀ କହିଛନ୍ତି। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe