ଅମ୍ବାଭୋନା : ଗଣେଶ ପୂଜା ମଣ୍ଡପକୁ ଜୋତା ପିନ୍ଧି ଯିବାକୁ ମନା କରିବାରୁ ହତ୍ୟା। ଏଭଳି ଏକ ଅଘଟଣ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି। ଅମ୍ବାଭୋନା ବ୍ଲକ୍ ନୂଆଁ ଭୁତିଲି ଗ୍ରାମରେ ଗଣେଶ ପୂଜା ଚାଲିଥିବା ବେଳେ ଜଣେ ୧୫ ବର୍ଷୀୟ ନାବାଳକ ଚଏତୁ ମାଝୀକୁ ରେଙ୍ଗାଲି ଗ୍ରାମର ସଂକିର୍ତ୍ତନ୍ୟ ଓରଫ ଡୋଲାମଣି ପାଣ୍ଡେ ଏକ ଧାରୁଆ ଲୁହାରଡ୍ ମୁନରେ ଭୁସି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଣେଶ ଚତୁର୍ଥୀ ଦିନ ସବୁଆଡ଼େ ଉତ୍ସବର ମାହୋଲ ଲାଗି ରହିଥିଲା।
ଗାଁରେ ପୂଜା ମଣ୍ଡପକୁ ଜୋତା ମାଡ଼ି ଯିବାକୁ ନେଇ ଡୋଳାମଣି ଓ ଚଏତୁ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଡୋଳାମଣି ଧାରୁଆ ଲୁହାରଡ୍ ମୁନରେ ଚଏତୁକୁ ଆକ୍ରମଣ କରିଥିଲା। ଲୋକେ ଚଏତୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ଼ର ଏକ ଘରୋଇ ହସ୍ପିଟାଲ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚଏତୁର ମୃତ୍ୟୁ ଘଟିଛି। ପୁଲିସ୍ ଅଭିଯୁକ୍ତ ଡୋଳାମଣିକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/22-3.jpg)