ବରଗଡ଼: ଶୁକ୍ରବାର ସଂଧ୍ୟାରେ ବରଗଡ଼ ଜିଲ୍ଲା ସୟାଁ ଗାଁର ସୁବ୍ରତ ସାହୁ (୧୧) ନାମକ ଜଣେ ବାଳକ ନିଖୋଜ ରହିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ସୁବ୍ରତ ମିଳିନଥିଲା। ପରେ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ଶନିବାର ପୁଲିସ୍ କେନାଲ୍ ସମେତ ଅନ୍ୟ ଇଲାକାରେ ଖୋଜାଖୋଜି କରି ପଳାଇଥିଲା। ପରେ ଅପରାହ୍ଣରେ ସୁବ୍ରତଙ୍କ ଶବ କେନାଲ ପାଣିରୁ ମିଳିଥିଲା। ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ତେବେ ସୁବ୍ରତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଶବ ରଖି ବରଗଡ଼-ସୋହେଲା ଜାତୀୟ ରାଜପଥ ଅବରୋଧ କରିଥିଲେ। ବହୁ ସମୟ ଧରି ଅବରୋଧ ଫଳରେ ଯାନବାହନ ଚଳାଚଳ ଠପ୍ ରହିଥିଲା। ପରେ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ। ପୁଲିସ୍ ବିହିତ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/8-20.jpg)