ଜୟପାଟଣା: ଜୟପାଟଣା ଥାନା ବଡ଼ପୂଝାରୀଗୁଡ଼ା ପଞ୍ଚାୟତ ବତାଷିଗୁଡ଼ା ଗ୍ରାମ ନିକଟ ନୂଆପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ଘର ଭିତରକୁ ପଶି ନାବାଳିକାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ ଅସ୍ପଷ୍ଟ ରହିଥିବା ପୁଲିସ୍ ସୂଚନା ଦେଇଛି।
ପ୍ରକାଶ ଯେ, ଗୁରୁବାର ଅପରାହ୍ନ ୪ଟାରେ ନୂଆପଡ଼ାର ଜଣେ ନାବାଳିକା ଘରେ ଏକୁଟିଆ ଥିଲେ। ଏହି ସମୟରେ ଜୟପାଟଣା ଥାନା ଲୁହାବହାଲ ଗ୍ରାମର ଜଣେ ଯୁବକ ଘର ଭିତରକୁ ପଶି ସଂପୃକ୍ତ ନାବାଳିକାକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି।
ଜୟପାଟଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ମୃତ ନାବାଳିକାର ଦୃଷ୍ଟିବାଧିତ ବାପା ଓ ଦିବ୍ୟାଙ୍ଗ ଭାଇ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଘଟଣା ଘଟାଇଥିବା ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead.jpg)