ବୃଦ୍ଧାଙ୍କ ଗଳାକାଟି ହତ୍ୟା: ପୁଲିସ୍‌ ନିକଟରେ ନିଜେ ଦୋଷ ସ୍ୱୀକାର କଲା ହତ୍ୟାକାରୀ

ବାରିପଦା: ଗତକାଲି ବିଳମ୍ବିତ ରାତ୍ରୀରେ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ପୁଲିସ୍‌ ଲାଇନ୍‌ ପାଖ ବାଦୁଡ଼ିବନ୍ଧ ସାହିରେ ହତ୍ୟା ହୋଇଥିବା ବୃଦ୍ଧାଙ୍କର ହତ୍ୟାକାରୀ ହେଉଛି ତାଙ୍କ ଧରମପୁଅ ଅଜିତ ସାହୁ(ଦିପୁ)। ୧୭ ଲକ୍ଷ ଟଙ୍କା କାରବାର ନେଇ ଦିପୁ ବୃଦ୍ଧା ଧରମ ମାଆଙ୍କୁ ହତ୍ୟା କରିଥିବା କଥା ନିଜେ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛି। ସେ କହିଛି କି ବାରିପଦା ସହରର କଲିକତା ବସ୍‌ଷ୍ଟାଣ୍ଡ ନିକଟରେ ବୃଦ୍ଧାଙ୍କ ନାମରେ ଥିବା ଏକ ଜାଗାକୁ କିଣିବା ପାଇଁ ଦିପୁ ବୃଦ୍ଧାଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିଲା। ମାତ୍ର ବୃଦ୍ଧା ଓନର୍‌ସିପ୍‌ ବଦଳାଇବାର ତାରିଖ ଘୁଞ୍ଚାଇ ଚାଲିଥିଲେ। ଏହି ରାଗରେ ଆସି ଦିପୁ ବୃଦ୍ଧାଙ୍କ ବେକରେ ଦଉଡ଼ା ଗୁଡ଼ାଇ ତାଙ୍କର ହତ୍ୟା କରିଥିବା କହିଛି।

ଉଲ୍ଳେଖଯୋଗ୍ୟ, ମୃତ ବୃଦ୍ଧାଙ୍କ ନାମ ରାଧାରାଣୀ ବେହେରା। ଗତକାଲି ବିଳମ୍ବିତ ରାତ୍ରିରେ ୬୫ ବର୍ଷୀୟା ରାଧାରାଣୀଙ୍କ ମୃତଦେହ ନିଜ ଘରୁ ଉଦ୍ଧାର ହୋଇଥିଲା। ପଡ଼ୋଶୀମାନେ ହତ୍ୟା ସଂପର୍କରେ ଜାଣିପାରି ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଆସି ଉଦ୍ଧାର କାର୍ଯ୍ୟ କରିଥିଲା। ଦିପୁର ନିଜ ଘର ବାଲେଶ୍ୱର ହୋଇଥିବା ବେଳେ ସେ ନିଜ ଶଶୁରଘର ତୁଳସୀ ଚଉରାରେ ରହେ।

ସମ୍ବନ୍ଧିତ ଖବର