ମନେପଡ଼ିଲା ଜନ୍ମମାଟି, ନୂଆ ଦାୟିତ୍ୱ ପରେ ଓଡ଼ିଶା ଆସିଲେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ

ବେତନଟି: ମନେ ପଡିଲା ଜନ୍ମମାଟି | ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ତିିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ । ଏହି ଅବସରରେ ସେ ମୟୁରଭଞ୍ଜ ବେତନଟି ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଠାରେ ତାଙ୍କୁ ବେତନଟି ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଏହାପରେ ଶ୍ରୀ ମୁର୍ମୁ ଶୁଖିଲାହାରସାମିଲ ମହୁଲିଆ ସରକାରୀ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ | ଗ୍ରାମୀଣ ପିଲାମାନେ ଯେଉଁ ଶିକ୍ଷା ସ୍କୁଲରେ ଗ୍ରହଣ କରୁଛନ୍ତି, ସ୍କୁଲ ସମୟ ପରେ ସେମାନେ ସେଥିରେ ସଂଶ୍ଲିଷ୍ଟ ହୋଇ ରହୁନାହାଁନ୍ତି |

ଯାହା ବି ପାଠ ପଢିଲେ ସେଥିରେ ସେମାନେ ସଂଶ୍ଲିଷ୍ଟ ହେବା ଆବଶ୍ୟକ ଓ ଉକ୍ତ ପାଠ୍ୟକ୍ରମକୁ ବାରମ୍ବାର ପରିଚର୍ଯ୍ୟା କରିବାର ଆଵଶ୍ୟକତା ରହିଛି ବୋଲି ଶ୍ରୀ ମୁର୍ମୁ କହିଛନ୍ତି | ଶ୍ରୀ ମୁର୍ମୁ କହିଛନ୍ତି ଯେ ମୟୁରଭଞ୍ଜର ପିଲାଙ୍କ ପାଖରେ ଏଭଳି କୃତିତ୍ୱ ରହିଛି ସେମାନେ କେବଳ ଓଡିଶା ନୁହେଁ ଭାରତରେ ମଧ୍ୟ ବଡ ବଡ ପଦପଦବୀ ଅଧିକାର କରିବାର ସାମର୍ଥ୍ୟ ରଖିଛନ୍ତି |

କିନ୍ତୁ ସେମାନଙ୍କୁ ଉଚିତ ସୁଯୋଗ ମିଳିପାରୁନାହିଁ | ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ମୁର୍ମୁ ନିଜର ପୈତୃକ ଗାଁ ବୁଲି ନିଜ ସମ୍ପର୍କୀୟଙ୍କୁ ଭେଟି ବାରିପଦାର କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ବାଲେଶ୍ୱରରେ ରାତ୍ରିଯାପନ କରି ଆସନ୍ତାକାଲି ଜମ୍ମୁକାଶ୍ମୀର ଫେରିଯିବେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର