ଆଜାଦୀକି ଅମୃତ ମହୋତ୍ସବ ଉପଲକ୍ଷେ ସଙ୍ଗୀତ ପ୍ରତିଯୋଗିତା

ଭୁବନେଶ୍ବର: ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନମାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଅଛି।

ଇଚ୍ଛୁକ ପ୍ରତିଯୋଗୀମାନେ ୧୦୧ ଟଙ୍କା ପ୍ରତିଯୋଗିତା ଶୁଳ୍କ ଦେଇ ନିଜ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିସାରିବା ପରେ ପ୍ରତିଯୋଗୀମାନେ ଦ୍ଵିତୀୟ ରାଉଣ୍ଡକୁ ସିଲେକ୍ସନ ନିମନ୍ତେ ୩ ମିନିଟର ଏକ ଭଜନ କିମ୍ବା ଦେଶାତ୍ମବୋଧକ ସଙ୍ଗୀତ ନିଜ କଣ୍ଠରେ ଗାନ କରି ତାହାର ଅଡିଓ କିମ୍ବା ଭିଡ଼ିଓ ଆମକୁ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୨ ପୂର୍ବରୁ ନିମ୍ନରେ ଦିଆଯାଇଥିବା ଫୋନ ନମ୍ବରରେ ପଠାଇବେ।

ଦ୍ବିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ଫୋନ ଯୋଗେ ଜଣେଇ ଦିଆଯିବ। ଦ୍ଵିତୀୟ ରାଉଣ୍ଡ କୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ଭୁବନେଶ୍ୱରରେ ମଞ୍ଚ ଉପରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇବେ। ମଞ୍ଚରେ ସଙ୍ଗୀତ ପରିବେଷଣ କରିସାରିବା ପରେ ସେମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ବଛାଯିବ।

କୃତି ପ୍ରତିଯୋଗୀଙ୍କମାନେ ମହାମହିମ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ପାଇବାର ସୁଯୋଗ ପାଇପାରିବେ ବୋଲି ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ପ୍ରତିଯୋଗୀମାନେ ୯୮୫୩୪୦୧୮୦୨ ନମ୍ବରରେ ଫୋନ ପେ କିମ୍ବା ଗୁଗୁଲ ପେ କରି ନିଜ ନାମ ପଞ୍ଜୀକରଣ କରିପାରିବେ ଓ ଏହି ନମ୍ବରରେ ନିଜ ଗୀତ ପଠାଇବେ।

ସମ୍ବନ୍ଧିତ ଖବର