କଟକ : ବିଶି‌ଷ୍ଟ ସଂଗୀତ ନି‌ର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି। ରବିବାର ରାତି ୯ଟା ୧୫ ମିନିଟ୍‌ରେ କଟକ ବଡ଼ ‌େମଡିକାଲରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ସେ କଟକର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ହେଲେ ଦୁଇ ତିନ ତଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଶେଷଶଯ୍ୟା ନିକଟରେ ଏକମାତ୍ର କନ୍ୟା ବିଦୀଶା ଦାଶ, ସାନଭାଇ ଅଲେଖ ମହାପାତ୍ର, ଭାଇବୋହୂ ରଞ୍ଜିତା ମହାପାତ୍ରଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ୨୦୧୨ରେ ତାଙ୍କ ପତ୍ନୀ ଚନ୍ଦନା ରଥଙ୍କ ପରଲୋକ ହୋଇଥିଲା।

Advertisment

୧୯୫୧ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ରଥ ଓଡ଼ିଶାର ଜଣେ ଲବ୍‌ଧ ପ୍ରତିଷ୍ଠିତ ସଂଗୀତ ନିର୍ଦେଶକ ଥିଲେ। ‘ଝୁମକା ଟିକେ ତୁତ ହଲେଇ ଦେ...’, ‘ଚାନ୍ଦନା ତୁମେ ତାରା...’, ‘ପ୍ରିୟା ମୋର ଏକି କଲ..’, ‘ଯାହାକୁ ମୁଁ ଏତେ ଭଲ ପାଇଛି... ଭଳି ‌‌ଅନେକ ସୁପରହିଟ୍‌ ସଂଗୀତ ସେ ଦର୍ଶକଙ୍କୁ ଭେଟି ‌ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କ ବିୟୋଗରେ ଓଡ଼ିଶା ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ସକାଳେ ତାଙ୍କ ପାର୍ଥିବ ଶରୀରକୁ ବାଲୁବଜାରସ୍ଥିତ ବାସଭବନକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପରେ ଖାନନଗରସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।