ସୁନ୍ଦରଗଡ଼: ହେମଗିର ବ୍ଲକ୍ କନିକା ରଥଯାତ୍ରାରେ ଜଣେ ମୁସଲିମ୍ ବୃଦ୍ଧ ସାମିଲ ହୋଇ ଜଗନ୍ନାଥଙ୍କ ଭଜନ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମସ୍ତାନ ବାବା ନାମକ ସତୁରି ବର୍ଷିୟ ଏହି ବୃଦ୍ଧଙ୍କ ଘର ମଧ୍ୟପ୍ରଦେଶର ବାଲାଘାଟ। କନିକା ସହ ତାଙ୍କ ପୁରୁଣା ସମ୍ପର୍କ। ବହୁ ସମୟ ସେ ଏଠାରେ ବିତାଇଥାନ୍ତି।
ତେବେ ରଥଯାତ୍ରା ସମୟରେ ସେ ନିଶ୍ଚିତ ଉପସ୍ଥିତ ହୋଇ ଭଜନ ଗାଇଥାନ୍ତି। ସେ କହନ୍ତି, ଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଠାକୁର ନୁହନ୍ତି, ସିଏ ଜଗତର ନାଥ। ତେଣୁ କି ମୁସଲିମ, କି ହିନ୍ଦୁ, କି ଖ୍ରୀଷ୍ଟିଆନ ସମସ୍ତେ ତାଙ୍କ ଭକ୍ତ। ତେଣୁ ଜଗନ୍ନାଥଙ୍କ ପାଖରେ ବାଛବିଚାର କ’ଣ ବୋଲି ସେ କହନ୍ତି। ସମ୍ପ୍ରତି ଧର୍ମକୁ ନେଇ ମଣିଷ ମଣିଷ ଭିତରେ ଟଣାଓଟରା ଚାଲିଥିବା ବେଳେ ମସ୍ତାନ ବାବାଙ୍କ ପ୍ରେମ ଓ ଭାଇଚାରା ଭିନ୍ନ ପ୍ରେରଣା ଯୋଗାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/6-2.jpg)