ଶୀତରେ ଶୋଭା ବଢ଼ାଉଛି ସୋରିଷ ଚାଷ

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଅଞ୍ଚଳରେ ସୋରିଷ ଚାଷ ଶୀତରେ ଶୋଭା ବଢ଼ାଇଛି। ଶୀତ ଆଗମନରେ କାଞ୍ଜିପାଣି ଅଞ୍ଚଳର ପାହାଡ଼ିଆ ଅଞ୍ଚଳରେ ଶୋରିଷ ଚାଷ ଓ ତିଳ ଚାଷ କରାଯାଇଥାଏ। ଉପାନ୍ତ ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଶୀତର ନିଆରା ଅନୁଭୂତି କାହିଁ କେଉଁ କାଳରୁ ଦେଖିବାକୁ ମିଳିଥାଏ। କାଞ୍ଜିପାଣିର ଶୀତ ଭାରତ ବର୍ଷର ଅନେକ ଉପଭୋଗ କରିଥାଆନ୍ତି। ପ୍ରତିଦିନ ୪୯ ନଂ ଜାତୀୟ ରାଜପଥ ଦେଇ କଲିକତା ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଉଥିବା ଗାଡ଼ି ଚାଳକ ଓ ପରିଦର୍ଶକ ଏହି କାଞ୍ଜିପାଣି ଘାଟି ରାସ୍ତାରେ ଯାଇଥାଆନ୍ତି। ଅନେକ ଏହାର ଶୋଭାରାଜିରେ ବିମୋହିତ ହୋଇ ଘାଟି ରାସ୍ତାରେ ଅଟକି ଯାଇଥାଆନ୍ତି।

ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ପାହାଡ଼ ଉପରେ କରାଯାଇଥିବା ତୈଳବୀଜ ଜାତୀୟ ତିଳ ଓ ସୋରିଷ ଚାଷ ସମସ୍ତଙ୍କୁ ବାନ୍ଧି ରଖିଥାଏ। ଏହି ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କୁ ଏହାର ଶୋଭାରାଜି ଅଟକାଇ ଦେବାର କ୍ଷମତା ରଖିଛି। ଏହାସହିତ କାଞ୍ଜିପାଣି ଘାଟିର ଶୀତ ଅନେକଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ। ଜୀବନରେ ଯିଏ ଏହାକୁ ଅନୁଭବ କରିଛି ସେ ନିଶ୍ଚିତ ଭାବରେ ସାରା ଜୀବନ ମନେ ରଖିବ।

ସମ୍ବନ୍ଧିତ ଖବର