ଏମ୍‌ଭିଆଇଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା: ଦୁର୍ଘଟଣା କହି ଚାପିଦେଲେ

ଯାଜପୁର: ଲଘୁ ଖଣିଜ ସାମଗ୍ରୀ ଲୁଟ କାରବାରରେ ବହୁ ଲୋକଙ୍କ ମୁଣ୍ଡ ଗଡିଲାଣି। ଏପରିକି ସରକାରୀ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ଚୋରା ଲଘୁ ଖଣିଜ ସାମଗ୍ରୀ ବାଲି, ଗୋଡ଼ି, ମୋରମ, ଚିପ୍ସ୍ ଓ ମାଟି ପରିବହନ ବେଳେ ଯେଉଁମାନେ ପ୍ରତିବନ୍ଧକ ସାଜୁଛନ୍ତି ସେମାନଙ୍କୁ ରାସ୍ତାରୁ ହଟାଇ ଦେବାକୁ ମାଫିଆମାନେ ଟିକେ ବି ପଛ ଘୁଞ୍ଚା ଦେଉନାହାନ୍ତି। ଗତବର୍ଷ ଫେବ୍ରୁଆରି ୪ତାରିଖ ରାତିରେ ଯାଜପୁରରୋଡ଼- ପାଣିକୋଇଲି ରାସ୍ତାର ଓଉପଦା ଛକ ନିକଟରେ ଲଘୁ ଖଣିଜ ସମ୍ପଦ ବୋଝେଇ ଗାଡ଼ି ତନଖି କରୁଥିବା ଯାଜପୁର ଆରଟିଓ ଦାୟିତ୍ବରେ ଥିବା ଏମଭିଆଇ ମନୋଜ ବେହେରାଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରାଗଲା। ମାତ୍ର କୋରେଇ ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ପ୍ରମାଣ କରିବା ଦୂର କଥା ଓଭରଲୋଡକୁ ପରେ ଅଣ୍ଡର ଲୋଡ୍ ଦେଖାଇ କାଗଜପତ୍ର କରିଦେବାକୁ ମଧ୍ୟ ପଛାଇ ନଥିଲା। ଏମଭିଆଇ ମନୋଜଙ୍କ ହତ୍ୟାକାଣ୍ଡକୁ ଏକ ସାଧାରଣ ସଡ଼କ ଦୁର୍ଘଟଣାର ରୂପ ଦେଇ ଫାଇଲ ତଳେ ଚାପି ଦିଆଯାଇଛି।

ସମ୍ବନ୍ଧିତ ଖବର