ବଣାଇଗଡ଼: ଶନିବାର ସୁନ୍ଦରଗଡ଼ ବଣାଇ ଥାନା ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁପୁତ୍ର ଖେଳୁଖେଳୁ ଷ୍ଟିଲ୍‌ ଗରାରେ ତା’ ମୁଣ୍ଡ ପଶି ଯାଇଥିଲା। ପାଖାପାଖି ୪ ଘଣ୍ଟା ପରେ ଡାକ୍ତରଖାନା କର୍ମଚାରୀ ଓ ଜଣେ ସମାଜସେବୀଙ୍କ ଦ୍ବାରା ଶିଶୁ ମୁଣ୍ଡରୁ ଗରା ବାହାର କରାଯାଇଛି। ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ସାବିନା ମୁଣ୍ଡାଙ୍କ ୪ ବର୍ଷର ଶିଶୁପୁତ୍ର ଶୁଭମ୍‌ ଆଜି ଘରେ ଷ୍ଟିଲ୍‌ଗରା ସହିତ ଖେଳୁଥିଲା। ଖେଳୁଖେଳୁ ଗରାଟି ଶୁଭମ୍‌ ମୁଣ୍ଡରେ ପଶି ଯାଇଥିଲା।

Advertisment

ମା’ ଓ ପରିବାର ଲୋକ ଶିଶୁ ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଗରାଟି ଆଉ ବାହାରି ନଥିଲା। ଶେଷରେ ଶିଶୁକୁ ଧରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ପରିବାର। ସେଠାରେ ଡାକ୍ତର ପ୍ରଭାତରଞ୍ଜନ ସିଂ, କର୍ମଚାରୀ ଆକାଶ ରାୟ, ବୀରେନ୍ଦ୍ର ନାଏକ ଓ ସମାଜସେବୀ ଇମରାନ ଖାନ୍ କଟର୍‌ ଏବଂ କଇଁଚି ସାହାଯ୍ୟରେ ଗରାକୁ କାଟି ଶିଶୁକୁ ଉଦ୍ଧାର କରିଥିଲେ।