ଜଗତସିଂହପୁରରେ ମୋ’ ଚେଲା ଲଢ଼ିବେ: ବିଷ୍ଣୁ

ଜଗତସିଂହପୁର: ଏଥର ଜଗତସିଂହପୁରରେ ମୁଁ ଲଢିବି ନାହିଁ, ମୋ ଚେଲା ଲଢ଼ିବେ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ଦାସ। ବିଷ୍ଣୁଙ୍କ ଏଭଳି ଘୋଷଣା ପରେ ଜଗତସିଂହପୁର ଆସନ ପାଇଁ ବିଜେଡି ଆଶାୟୀଙ୍କ ସଂଖ୍ୟା ଆହୁରି ବଢି ଯାଇଛି। ବିଶେଷକରି ଯୁବନେତାମାନେ ଅଞ୍ଚଳ ଛାଡି ରାଜଧାନୀରେ ଡେରା ପକାଇଛନ୍ତି। ଜଗତସିଂହପୁର ନିର୍ବାଚନମଣ୍ତଳୀରୁ ବିଷ୍ଣୁ ଏଥର ଜଗତସିଂହପୁରରୁ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି। ଫଳସ୍ବରୂପ, ଅନ୍ୟ ବିଜେଡି ନେତାମାନେ ଏହି ଆସନ ପାଇଁ ଟିକଟ ହାତେଇବାକୁ କସରତ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର