ଯବାନଙ୍କ ରହସ୍ୟଜନକ ମୃତ୍ୟୁ !

ଗାଇସିଲାଟ: ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ଥାନା ସନ୍ଧିବାହାଲ ପଞ୍ଚାୟତ ଜାମୁଟବାହାଲ ଗ୍ରାମର ପ୍ରଦୀପ ଅମରିଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ସେ ମାଲକାନଗିରିସ୍ଥିତ ଚତୁର୍ଥ ଆଇଆର୍‌ବିରେ କାର୍ଯ୍ୟରତ ଥିଲେ। ପ୍ରାୟ ତିନି ସପ୍ତାହ ହେଲା ଗ୍ରାମକୁ ଛୁଟିରେ ଆସିଥିଲେ। ଗୁରୁବାର ଅପରାହ୍‌ଣ ୪ଟାରୁ ଘରୁ ବାହାରି ଥିଲେ।

ଘରକୁ ନ ଫେରିବାରୁ ପରିବାରବର୍ଗ ରାତିରେ ଖୋଜାଖୋଜି କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଯାମୁଟବାହାଲ ଗାଁର ମୋତିକଟାଠାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଗାଇସିଲାଟ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ନଂ.୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ଶବକୁ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଛି। ଏନେଇ ଗାଇସିଲଟ ପୁଲିସକୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର