ଭୁବନେଶ୍ୱର, (ମହମ୍ମଦ ହିଫ୍ଜୁର ରହେମାନ୍): ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିରୋଧୀ ଦଳ ଯେତେ ଶକ୍ତିଶାଳୀ ହେବ ସରକାରୀ କଳ ସେତେ ସତର୍କ ରହିବ। କିନ୍ତୁ ୨୦୧୪ ଏବଂ ୨୦୧୯ ନିର୍ବାଚନ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ମୁଖ୍ୟ ବିରୋଧୀ ଦଳ ରୂପେ ପରିଚିତ କଂଗ୍ରେସ ଏହାର ଗୁରୁତ୍ବ ହରାଉଥିବା ଭଳି ମନେ ହେଉଛି। ପରିସ୍ଥିତି ଏହିଭଳି ଜାରି ରହିଲେ, ଆଉ କିଛି ବର୍ଷରେ କଂଗ୍ରେସ ସଂପୂର୍ଣ୍ଣ ଗୁରୁତ୍ବହୀନ ହୋଇପଡ଼ିବା ଭଳି ଆଶଙ୍କା ସୃଷ୍ଟି ହେଲାଣି। ଏଭଳି ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ଗାନ୍ଧି ପରିବାରର ଅତ୍ୟନ୍ତ ଅନୁଗତ ରୂପେ ପରିଚିତ ଦଳର ୨୩ ଜଣ (ଜି-୨୩) ବରିଷ୍ଠ ନେତା ଦଳର ମଧ୍ୟବର୍ତିକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ। ଗାନ୍ଧି ପରିବାର ପ୍ରତି ଆନୁଗତ୍ୟ ଦେଖାଇ ଏହି ପତ୍ରକୁ ସିଧାସଳଖ ଅଗ୍ରାହ୍ୟ କରିବା ପରିବର୍ତେ ପତ୍ରରେ ଉଠାଯାଇଥିବା ପ୍ରସଙ୍ଗ ଉପରେ ସିଡବ୍ଳ୍ୟୁସି ବିସ୍ତୃତ ଭାବେ ବିଚାର ଆଲୋଚନା କରିବାର ଆବଶ୍ୟକତା ଥିଲା।
କଂଗ୍ରେସ ଉପରେ ନଜର ରଖିଥିବା ରାଜନୈତିକ ବିଶାରଦମାନଙ୍କ ମତରେ କଂଗ୍ରେସରେ ଏବେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହା କ୍ଷଣସ୍ଥାୟୀ। ତେବେ ଏହି ସଙ୍କଟର ଅନ୍ୟତମ କାରଣ ହେଉଛନ୍ତି ରାହୁଲ ଗାନ୍ଧି। ତାଙ୍କ ନେତୃତ୍ବରେ କଂଗ୍ରେସ ୨୦୧୯ ନିର୍ବାଚନ ଲଢ଼ିଥିଲା। ନିର୍ବାଚନ ପରାଜୟ ପରେ ସେ ଇସ୍ତଫା ଦେଲେ ଏବଂ ତାପରଠାରୁ ତାଙ୍କ ମା ସୋନିଆ ମଧ୍ୟବର୍ତିକାଳୀନ ଦାୟିତ୍ବରେ ଅଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଦଳର ସଭାପତି ପଦରେ ନଥାଇ ମଧ୍ୟ ତାଙ୍କର ଆଚରଣ ଓ ଉଚ୍ଚାରଣ କଂଗ୍ରେସ ମୁଖିଆ ଭଳି ରହିଛି। ଏହି କଥାଟିକୁ ଜି-୨୩ ପତ୍ରରେ ଇଙ୍ଗିତ କରାଯାଇଛି। ସେମାନେ କଂଗ୍ରେସରେ ସ୍ଥାୟୀ ଏବଂ ଦୃଶ୍ୟମାନ ନେତୃତ୍ବ ଉପେର ଗୁରୁତ୍ବ ଦେଇଛନ୍ତି।
/sambad/media/post_attachments/wp-content/uploads/2020/08/sonia-and-rahul-300x169.jpeg)
ସୋନିଆ ଦଳର ମୁଖ୍ୟ ଥିଲେ ମଧ୍ୟ ସାଂଗଠନିକ ବ୍ୟାପାରରେ ରାହୁଲଙ୍କର ପ୍ରଭାବ ରହିଛି। ରାହୁଲ ଏବଂ ସୋନିଆଙ୍କ କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ଭିନ୍ନ। ସୋନିଆ ସବୁ ବର୍ଗ ଓ ଗୋଷ୍ଠୀକୁ ନେଇ ଚଳାଇବାର କ୍ଷମତା ରଖିଛନ୍ତି। କିନ୍ତୁ ରାହୁଲ ବରିଷ୍ଠ ନେତାମାନଙ୍କ ଉପରେ ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କର ଅଭିଯୋଗ ହେଲା ଗତ ୨୦୧୯ ନିର୍ବାଚନରେ ସେ ଯେଉଁଭଳି ମୋଦୀଙ୍କୁ ଟାର୍ଗେଟ କରି ମଇଦାନରେ ଅବତୀର୍ଣ ହୋଇଥିଲେ, ବରିଷ୍ଠ ନେତାମାନଙ୍କ ଠାରୁ ତାଙ୍କୁ ସେଭଳି ସମର୍ଥନ ମିିଳିନଥିଲା। ସେ ଏକୁଟିଆ ହୋଇଗଲେ ଏବଂ କଂଗ୍ରେସକୁ େଶାଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯେଉଁ କାରଣରୁ ସେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଦେଲେ।
ଏହିଦିନଠାରୁ ହିଁ ଦଳ ଭିତରେ ଜନ୍ମ ନେଇଛି ସିନିଅର ଏବଂ ଜୁନିଅର କନ୍ଦଳ। ଏହି କନ୍ଦଳ କେତେ କ୍ଷତିକାରକ ତାହାର ପ୍ରଭାବ ପ୍ରଥମେ ମଧ୍ୟ ପ୍ରଦେଶରେ ଦେଖିବାକୁ ମିଳିଲା। ଏବେ ରାଜସ୍ଥାନରେ ଦେଖିବାକୁ ମିଳୁଛି। କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଯୋଗୁଁ ଜ୍ୟୋତିରାଦିତ୍ୟା ସିନ୍ଧିଆ ବିଦ୍ରୋହ କରି ସରକାରର ପତନ ଘଟାଇଲେ ଏବଂ ବିଜେପିରେ ମିଶିଗଲେ। ରାଜସ୍ଥାନେରେ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଗେହଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଅଳ୍ପକେ ବର୍ତିଗଲା। ସିନ୍ଧିଆ ଏବଂ ସଚିନ ପାଇଲଟ ରାହୁଲଙ୍କ ଖାସ୍ ଲୋକ ରୂପେ ପରିଚିତ ଥିଲେ। କିନ୍ତୁ ଏହି ଯୁବ ଏବଂ ସିନିୟର ବିବାଦ ଭିତରେ ସେମାନେ ନିଜର ଗୁରୁତ୍ବ ହରାଉଥିବାର ଅନୁଭବ କରି ବିଦ୍ରୋହ କରିଥିଲେ। ଶେଷରେ ଏହାର ଫଳ କଂଗ୍ରେସକୁ ହିଁ ଭୋଗିବାକୁ ପଡ଼ିଲା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତେର ସୋନିଆ ସମସ୍ତଙ୍କୁ ନେଇ କାମ କରିବାକୁ ଚାହୁଛନ୍ତି। କିନ୍ତୁ ପୁଅ ମୋହରୁ ମୁକୁଳି ପାରୁ ନାହାନ୍ତି। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହି କାରଣରୁ ଗାନ୍ଧି ପରିବାର ବାହାରୁ କୌଣସି ନେତାଙ୍କୁ କଂଗ୍ରେସ ସଭାପତି କରିବା ନେଇ ଗଣମାଧ୍ୟମରେ େଜାରଦାର ଚର୍ଚା ଚାଲିଛି। କିନ୍ତୁ ଏହା ସତ ଯେ ଅତୀତରେ ଏଭଳି ଫର୍ମୁଲା ଫେଲ୍ ମାରିଛି। ଏହାର ଉଦାହରଣ ଥିଲେ ସୀତାରାମ କେଶରୀ ଏବଂ ନରସିଂହ ରାଓ। କଂଗ୍ରେସ କର୍ମୀମାନେ ସର୍ବଦା ଗାନ୍ଧି ପରିବାର ଉପରେ ହିଁ ଭରସା କରୁଛନ୍ତି। ଏଭଳି ପରିସ୍ଥିତିରେ ଦେଶ ଓ ଦଳ ପ୍ରତି ଗାନ୍ଧି ପରିବାରର ଦାୟିତ୍ବ ଅଧିକ ବଢ଼ିଯାଇଛି। ସମୟ ଆସିଛି ଏହି ପରିବାର ନିଜକୁ ପରିବର୍ତନ କରୁ। ୨୦୦୨ ଏବଂ ୨୦୦୯ରେ ସୋନିଆଙ୍କ ନେତୃତ୍ବରେ କଂଗ୍ରେସ ଜିତିଥିଲେ ମଧ୍ୟ ଅଣଗାନ୍ଧି ପରିବାରରୁ ବ୍ୟକ୍ତି (ମନମୋହନ ସିଂହ)ଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ସେହି ପ୍ରକାର ଫର୍ମୁଲା ଦଳୀୟ ସଂଗଠନରେ ମଧ୍ୟ କାର୍ଯ୍ୟକାରୀ କରାଯିବା ଦରକାର ବୋଲି ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଏହାଦ୍ବାରା ଦଳ ଭିତରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ଏବଂ କଂଗ୍ରେସ ମଜବୁତ୍ ମଧ୍ୟ ହୋଇପାରିବ।