ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏନ-୯୫ ମାସ୍କ ପହଞ୍ଚିଛି । ଏହି ମାସ୍କଗୁଡ଼ିକ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ (ଏଆଇ୯୧ ୯୧୭)ରେ ନୂଆଦିଲ୍ଲୀରୁ ଆସିଛି । ଏଥି ସହିତ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ମଧ୍ୟ ପହଞ୍ଚିଛି । କରୋନା ମୁକାବିଲା ନେଇ ରାଜ୍ୟ ଔଷଧ ନିଗମ କ୍ରୟାଦେଶ ଦେଇଥିଲା । ବର୍ତ୍ତମାନ ଏହି ମାସ୍କଗୁଡ଼ିକ କେନ୍ଦ୍ରୀୟ ଔଷଧ ଭଣ୍ଡାରରେ ପହଞ୍ଚିଛି । ଏହି ମାସଗୁଡ଼ିକ ଖୁବ ଶୀଘ୍ର ଲୋକଙ୍କୁ ବିକ୍ରି କରାଯିବ ବୋଲି ଜଣାପଡ଼ିଛି ।
ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସିଲା ଏନ-୯୫ ମାସ୍କ
/sambad/media/post_attachments/wp-content/uploads/2020/03/7be6badb-9374-4965-9929-590653f757ea.jpg)