ବ୍ରଜରାଜନଗର ଉପନିର୍ବାଚନ: ବିଜେଡି ପ୍ରଚାରର ମଙ୍ଗ ଧରିବେ ମନ୍ତ୍ରୀ ନବ ଦାସ

ବିଭିନ୍ନ ପଞ୍ଚାୟତରେ ଅନ୍ୟ ମନ୍ତ୍ରୀ ଓ ବିଧାୟକ ଦାୟିତ୍ବରେ ରହିବେ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ କଟକ ମେୟର ସୁବାସ ସିଂ ଓ ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି। ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇ ସେଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

ଝାରସୁଗୁଡ଼ା ଜୋନ୍-୧ର ରାଜପୁର ଓ ଲୋଇସିଂ ପଞ୍ଚାୟତରେ ଏମ୍ପି ସୁଜିତ କୁମାର, ଗୌରମାଲ ଓ ଚନ୍ଦନିମାଲ ଦାୟିତ୍ବରେ ନଳିନୀ ପ୍ରଧାନ, କୁଦୋପାଲି ପଞ୍ଚାୟତରେ ପୂର୍ବତନ ନଗରପାଳ ନନ୍ଦ କିଶୋର ଅଗ୍ରୱାଲ, ଲଖନପୁର ବ୍ଲକ ତିନି ଜିଲ୍ଲା ପରିଷଦ ଜୋନ୍ରେ ମୁଖ୍ୟ ଦାୟିତ୍ବ ସନତ ସିଂ, ଅକ୍ଷୟ ସାହୁ ଓ ଅଶୋକ ମହାନ୍ତିଙ୍କୁ ଦିଆଯାଇଛି। ଏହି ତିନି ଜୋନ୍‌ ସଂଯୋଜକ ଭାବରେ ବ୍ଲକ ସଭାପତି ରବି ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି।

ବ୍ରଜରାଜନଗର ପୌରାଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା କମିସନ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଶ୍ବନାଥ ନାୟକ, ଜୟନ୍ତ ଦିକ୍ଷିତ, ଉପନଗରପାଳ ଗୋପାଲ ସିତାନି, ନଟୁ ଶର୍ମା, ପି. ରାମମୋହନ ରାଓଙ୍କୁ ଦାୟିତ୍ବ ଦିଆଯାଇଛି। ବେଲପାହାଡ଼ ପୌରାଞ୍ଚଳ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀ, ତାପସରାୟ ଚୌଧୂରୀ, ରବି ସିଂ, ପପ୍ପୁ ଶର୍ମା, ରଘୁମଣି ପଟେଲ, ସମୀର ମିଶ୍ର ରହିଛନ୍ତି। ସେହିପରି ବିଧାୟକ ଚନ୍ଦ୍ର ସାରଥୀ ବେହେରା କଣ୍ଢେଇକେଲା ଓ ରେମତା ଜିପି ଦାୟିତ୍ବ, ବିଧାୟକ ପ୍ରିତିରଂଜନ ଘଡ଼େଇଙ୍କୁ ଚାରପାଲି ଓ ପିଥିଣ୍ଡା, ବିଧାୟକ ରଜେନ୍ଦ୍ର ଡ଼ୋଲକିଆଙ୍କୁ କନକତୋରା ଓ ବାଦିମାଲ ଜିପି, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଅତାବିରା ଓ ଭିକମପାଲି ଜିପି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଞ୍ଚଗାଁ ଓ ପଲସଦା, ବିଧାୟକ ରୋହିତ ପୂଜାରୀଙ୍କୁ ମଚିଦା ଓ କତରବଗା ଗ୍ରାମପଂଚାୟତର ଦାୟିତ୍ବ ଦିଆଯାଇଛି।

ସେହିପରି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଜାମଗାଁ ଓ ସମରବଗା, ବିଧାୟକ ବିକ୍ରମ ପଣ୍ଡାଙ୍କୁ କଦମଡିହି ଓ ଭଅଁରଖୋଲ, ବିଧାୟିକା ଲତିକା ପ୍ରଧାନଙ୍କୁ ବାଘମୁଣ୍ଡା ଓ ଲଖନପୁର, ବିଧାୟକ ପ୍ରଦୀପ କୁମାର ଦିସାରିଙ୍କୁ ସୁନାରି, ପଣ୍ଡରି ଓ ପିପିଲିମାଲ, ବିଧାୟକ କିଶୋର ନାଏକଙ୍କୁ କୁଡ଼ାଲୋଇ ଓ ବଞ୍ଜାରୀ, ବିଧାୟକ ସରୋଜ ମେହେରଙ୍କୁ ରେମେଣ୍ଡା ଓ କୁସ୍ରାଲୋଇ, ଯୋଗେଶ ସିଂଙ୍କୁ ତେଲେନପାଲି ଓ କୁମାରବନ୍ଧ, ସୌଭାଗ୍ୟ ନାଏକଙ୍କୁ ଦଲଗାଁ ଓ ପିପିଲିକାନି, ମୁକେଶ ପାଲ, ଗୌତମ ବୁଦ୍ଧ ଦାସ ଓ ମିହିର ରାୟଙ୍କୁ ରମ୍ପେଲା ଓ ତିଲିଆ, ମନ୍ତ୍ରୀ ସମୀର ଦାସଙ୍କୁ ବନ୍ଧବାହାଲ ଓ ସରଣ୍ଡାମାଲ ଦାୟିତ୍ବ ଓ ମିଡିଆ ସଂଯୋଜକ ଭାବରେ ପିଣ୍ଟୁ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର