ଗୃହରେ ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା, ୫-ଟିକୁ କଲେ ଟାର୍ଗେଟ

ଜୟନାରାୟଣଙ୍କୁ କାଉଣ୍ଟର କଲେ ବିଜେଡି ବିଧାୟକ ଅମର ଶତପଥୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବୁଧବାର ବିଧାନସଭାର ଶୂନ୍ୟକାଳରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ନବ ଦାସ ହତ୍ୟାକାଣ୍ଡକୁ ୪୫ ଦିନ ବିତିଛି। କିନ୍ତୁ ଆଜି ବି କାରଣ ଜଣାପଡ଼ିଲା ନାହିଁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ ପ୍ରକାର ହୋଇଥିଲା ବେଳେ ରାଷ୍ଟ୍ରମନ୍ତ୍ରୀଙ୍କ ଅନ୍ୟ ପ୍ରକାରରେ ଉତ୍ତର ଦେଉଛନ୍ତି। କେତେ ଦିନ ଭିତରେ ତଦନ୍ତ ଶେଷ ହେବ ବାଚସ୍ପତି ରୁଲିଂ ଦିଅନ୍ତୁ। ଏଥି ସହିତ ସେ ୫-ଟିକୁ ନେଇ ପୁଣି ଥରେ ଟାର୍ଗେଟ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ମୁଁ ଉଠାଇଥିବା ୫-ଟି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ କହିଥିଲେ ୫-ଟି ଏକ ଚିନ୍ତାଧାରା ଏକ ବିଚାରଧାରା। ଯଦି ତାହା ଏକ ୫-ଟି ବିଚାରଧାରା ତେବେ ତାହା ବିଚାର ଧାରାରେ ରହୁ। ସବୁ ବିଭାଗର ମାଲିକ କେମିତି ହେଇ ଯାଉଛନ୍ତି। ଲେଜିସଲେଚର, ଆଡ଼ମିନଷ୍ଟେଟର ଓ ଜୁଡ଼ିସିଆରି ସମସ୍ତେ ସମସ୍ତଙ୍କ ପାଖରେ ଉତ୍ତର ଦାୟୀ। ୫-ଟି କାହା ପାଖରେ ଉତ୍ତର ଦାୟୀ ? ସେ କଣ ଉତ୍ତରଠୁ ଊର୍ଦ୍ଧ୍ବରେ ? ୫-ଟି କଣ ସବୁଠୁ ଊର୍ଦ୍ଧ୍ବରେ।

ଜୟନାରାୟଣଙ୍କୁ କାଉଣ୍ଟର କରିଛନ୍ତି ବଡ଼ଚଣାରୁ ବିଜେଡି ବିଧାୟକ ଅମର ଶତପଥୀ। ୫-ଟି ଏକ ମଡେଲ। ଗଭର୍ଣ୍ଣନାସ ଚଳଚଞ୍ଚଳ କରିବା ହେଉଛି ୫-ଟିର କାମ। ଏହି ୫-ଟି କଥା ବିରୋଧୀ ଦଳ ନେତାଙ୍କ କାହିଁକି ବାଧୁଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାମ କରୁଛନ୍ତି ୫-ଟି ସଚବ। ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି। ସେ ଝାଡି ଦିଅନ୍ତୁ। ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର