ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବୁଧବାର ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜର ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା।
ଗୋପାଳ ଓକିଲ ଦେବାକୁ ମନା କରିବାରୁ ଷ୍ଟେଟ ଡିଫେନ୍ସ ଓକିଲ ନରେଶ ନାୟକଙ୍କୁ ଗୋପାଳର ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି। ଆସନ୍ତା ୮ ତାରିଖରେ ଗୋପାଳର ପରବର୍ତ୍ତୀ ହାଜିରା ଥିବା ବେଳେ ସେହି ଦିନ ତା ବିରୋଧରେ ଚାର୍ଜ ଫ୍ରେମ ହେବ ବୋଲି ଓକିଲ ଶ୍ରୀ ନାୟକ ସୂଚନା ଦେଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋପାଳକୁ ଚୌଦ୍ବାର ଜେଲରୁ ନେଇ ସକାଳେ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଥିପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/0cad4294-e071-41aa-82f5-a327fc3d26eb.jpg)