ନବନିର୍ମାଣ ଯୁବଛାତ୍ର ସଂଗଠନର ବିକ୍ଷୋଭ

ଭୁବନେଶ୍ୱର : କୃଷକଙ୍କୁ ପେନ୍‌ସନ୍‌ ଦାବିରେ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରସୁଲଗଡ଼ ଠାରୁ ଶତାଧିକ ଛାତ୍ର ଏକ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ରୁପାଲି ଛକଠାରେ ପୁଲିସ ଅଟକାଇଛି। ସେଠାରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନିର୍ମାଣ ଶ୍ରମିକ, କଳାକାର, ସରକାରୀ କର୍ମଚାରୀ ସମସ୍ତଙ୍କ ଦାବି ପୂରଣ ବାବଦକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୩୬ ଲକ୍ଷ ଚାଷୀଙ୍କୁ ମାସିକ ୫ ହଜାର ପେନ୍‌ସନ୍‌ ପାଇଁ ବର୍ଷକୁ ୨୧ ହଜାର ୬ଶହ କୋଟି ଯୋଗାଇ ଦେବାରେ ସମସ୍ୟା କେଉଁଠି ବୋଲି ସଂଗଠନର ମନୱର ଅଲ୍ଲୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର