ଯୋଜନା ଓ ସଂଯୋଜନ ବିଭାଗ ଅଧୀନକୁ ଆସିଲା ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର

ଭୁବନେଶ୍ବର : ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ରହିବ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆଜି ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଏନ୍‌ସିଡିଏସ୍‌ର ପ୍ରାଶାସନିକ ବିଭାଗ ଭାବେ କାର୍ଯ୍ୟ କରୁଥିଲା। ଆସନ୍ତା ଆର୍ଥିକ ବର୍ଷଠାରୁ ଏନ୍‌ସିଡିଏସ୍‌ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ବଜେଟ୍ ପ୍ରସ୍ତୁତ କରିବ। କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଅନୁଷ୍ଠାନ ପାଇଁ ଉଚ୍ଚଶିକ୍ଷା ବିଭାଗ ବଜେଟରୁ ବ୍ୟୟ ବରାଦ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର