ଚନ୍ଦ୍ରଶେଖରପୁର : ପାରାଦୀପ-ହରିଦାସପୁର ରେଳରାସ୍ତାର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଗୋବଣ୍ଡିଆ(ବଢ଼େଇଦଣ୍ଡା)ଠାରେ ଏକ ଗଳିପୋଲ ନିର୍ମାଣ ଦାବିରେ ଆଜି ନବନିର୍ମାଣ କୃଷକ ସଂଗଠନ ରେଳ ବିକାଶ ନିଗମ ଲିମିଟେଡ୍(ଆର୍ଭିଏନ୍ଏଲ୍) କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛି। ଉଲ୍ଲେଖଯୋଗ୍ୟଯେ ଏହି ରେଳପଥ ଅନ୍ତର୍ଗତ ବଡ଼ଚଣା ବ୍ଲକ୍ର ଗୋବଣ୍ଡିଆ (ବଢ଼େଇଦଣ୍ଡା)ଠାରେ ସାଧାରଣଲୋକଙ୍କ ଯାତାୟାତ ସୁବିଧା ନିମନ୍ତେ ଏକ ଗଳିପୋଲ ନିର୍ମାଣ ନେଇ ଗତ ତିନିବର୍ଷ ହେବ ଦାବି ହୋଇ ଆସୁଛି। ଏହି ପୋଲର ଗୁରୁତ୍ୱକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାପାଳ ସୁପାରିସ ମଧ୍ୟ କରିଛନ୍ତି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏନେଇ ବାରମ୍ବାର ଆର୍ଭିଏନ୍ଏଲ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ-୨ ପି କେ ମହାନ୍ତି ଏନେଇ ସେହି ସ୍ଥାନରେ କୌଣସି ପୋଲର ଆବଶ୍ୟକତା ନଥିବା ରିପୋର୍ଟ ଦେଇଛନ୍ତି। ଆର୍ଭିଏନ୍ଏଲ୍ର ଅଧିକାରୀମାନେ ଏନେଇ ସମ୍ପୂର୍ଣ୍ଣ ବେଖାତିର ମନୋଭାବ ପୋଷଣ କରୁଛନ୍ତି। ଆଲୋଚନା ପାଇଁ ମଧ୍ୟ ଆସୁନାହାନ୍ତି। ତେଣୁ ବାଧ୍ୟହୋଇ ସଂଗଠନ ପକ୍ଷରୁ ଆର୍ଭିଏନ୍ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିବାକୁ ବାଧ୍ୟ ହୋଇଥିବା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ସତ୍ୟାଗ୍ରହରେ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ଛାତ୍ରନେତା ମନଓ୍ଵର୍ ଅଲ୍ଲୀ, ନାରୀନେତ୍ରୀ ମଧୁମିତା ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଆର୍ଭିଏନ୍ଏଲ୍ ଅଧିକାରୀ ପି କେ ମହାନ୍ତିଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଆର୍ଭିଏନ୍ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ
ରେଳପୋଲ ପାଇଁ ନବନିର୍ମାଣ କୃଷକ ସଂଗଠନର ଦାବି
/sambad/media/post_attachments/wp-content/uploads/2018/02/Nabanirman-Krusaka-Sangha-Dharana-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)