ଟାଙ୍ଗୀରେ ନବ ନିର୍ମାଣ କୃଷକ

କଟକ : ଚାଷୀଙ୍କୁ ପ୍ରାଇଜ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହୀମାନେ ଆଜି ଟାଙ୍ଗୀରେ ପହଂଚିଛନ୍ତି। କୁଆଖିଆଠାରୁ ପଦଯାତ୍ରାରେ ଆସିଥିବା ଏହି ସତ୍ୟାଗ୍ରହୀମାନେ ଟାଙ୍ଗୀରେ ସଂଧ୍ୟା ୬ଟାରେ ପହଞ୍ଚିଥିଲେ। ଡ୍ରିମସ୍ ଛକରେ ସତ୍ୟାଗ୍ରହୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପଦଯାତ୍ରା କରୁଥିବା ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଚାଷୀ କନ୍ଦରକଣା ଗଡାଠାରେ ରାଜପଥ କଡରେ ରାତ୍ରୀଯାପନ କରିଛନ୍ତି। ଟାଙ୍ଗୀ ପୁଲିସ ପକ୍ଷରୁ ସତ୍ୟାଗ୍ରହୀଙ୍କ ପାଇଁ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର