ପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ବି ଆଜି ଶେଷ ହୋଇଛି। ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ନବାଙ୍କ ବେଶ ଦର୍ଶନ କରିବା ସହ ମହାପ୍ରସାଦ ପାଇଛନ୍ତି। ଅନ୍ୟପଟେ ଆସନ୍ତାକାଲି(ଶନିବାର) ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି ଥିବାରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ଆଜି ଶ୍ରୀମନ୍ଦିରକୁ ନିଆଯାଇଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ନବାଙ୍କ ଅବସରରେ ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ଓଡ଼ିଆ ମଠରେ ତିନି ଠାକୁରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଲ, ତୁଳସୀ ଆଦିରେ ପ୍ରସ୍ତୁତ ତିନୋଟି ବଡ଼ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା। ସନ୍ଧ୍ୟା ଆଳତି ବେଶରେ ଏହି ମାଳ ତିନି ଠାକୁରଙ୍କୁ ଲାଗି ହୋଇଥିଲା। ପରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆଲାମଚଣ୍ଡୀ ମନ୍ଦିରରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହକାରେ ୫ଟି ମକର ତାଡ଼ ପଟୁଆରରେ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଆସନ୍ତାକାଲି ମକର ସଂକ୍ରାନ୍ତିରେ ଏହି ତାଡ଼ରେ ମକର ଚାଉଳ ଭୋଗ କରାଯିବାର ପରମ୍ପରା ରହିଛି।
ଆଜି ମକର ବେଶରେ ଦର୍ଶନ ଦେବେ ଶ୍ରୀଜିଉ,ରାତି ୨ରେ ଦ୍ବାରଫିଟା, ପୂର୍ବାହ୍ଣ ୧୦ରେ ମକର ବେଶ
ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି ପାଳନ ହେବ। ଏହି ଉପଲକ୍ଷେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ରାତି ୨ଟାରେ ଦ୍ବାରଫିଟା ଓ ସାଢ଼େ ୨ଟାରେ ଭିତରଶୋଧ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/charichaka-1.jpg)