ଖଡ଼ିଆଳ : ଖଡ଼ିଆଳର ଇଷ୍ଟଦେବୀ ମା’ ସମଲେଶ୍ବରୀ ଓ ଗଡ଼ଦେବୀ ମା’ ରକ୍ତାମ୍ବରୀଙ୍କୁ ଶୁକ୍ରବାର ରାତ୍ର ୭.୪୫ ମିନ୍‌ଟରେ ନବାନ୍ନ ଲାଗିଛି। ଖଡ଼ିଆଳ ଗଡ଼ଜାତ ଅଞ୍ଚଳର ନିୟମ ଅନୁଯାୟୀ ପ୍ରଥମେ ରାଜ ଦେବୀଙ୍କୁ ନବାନ୍ନ ଦିଆଯିବା ପରେ ଅଞ୍ଚଳବାସୀ ନୂଆଁ ଖାଇଥାନ୍ତି। ଦେବୀଙ୍କ ନୂଆଁଖାଇ କାର୍ଯ୍ୟକ୍ରମକୁ ଖଡ଼ିଆଳ ଯୁବରାଜ ଦେବଦେବ ସିଂହଦେଓ ଓ ପୂଜକ ବ୍ରଜକିଶୋର ଦଣ୍ଡସେନା ପରିଚାଳନା କରିଥିଲେ। ଛତ୍ରୀଆ ବେଦବର ବନଛୋର ଓ ଗୌରହରି ବନଛୋର ସହଯୋଗ କରିଥିଲେ। ଶନିବାର ୧୦.୪୦ ରୁ ୧୧.୪୫ ମଧ୍ୟରେ ଖଡ଼ିଆଳବାସୀ ନୂଆଁ ଖାଇବେ।