ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନା ସଂକ୍ରମିତ ବୋଲି ଆଜି ସୂଚନା ଦେଇଛନ୍ତି। କିଛି ଦିନ ତଳେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପତ୍ନୀଙ୍କ ସହ ସ୍ବାବ୍ ପରୀକ୍ଷା କରିବାକୁ ଦେଇଥିଲେ। ଆଜି ରିପୋର୍ଟ ମିଳିଥିବା ବେଳେ ଉଭୟ ସଂକ୍ରମିତ ବୋଲି ବିଧାୟକ ନିଜେ ସୋସିଆଲ ମିଡିଆରେ ଅବଗତ କରାଇଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ନବରଙ୍ଗପୁର ସ୍ଥିତ ବାସଭବନରେ ଏକାନ୍ତବାସରେ ରହିଥିବା ଜଣାଇଛନ୍ତି।
ନବରଙ୍ଗପୁର ବିଧାୟକଙ୍କୁ କରୋନା
/sambad/media/post_attachments/wp-content/uploads/2020/09/sadashiva-pradhani.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)