ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା ଏବେ ନକଲି ଔଷଧ ଓ ନିଶା ଔଷଧ କାରାବାରର ପେଣ୍ଠସ୍ଥଳୀ ପାଲଟିଛି। ନକଲି ଔଷଧ ସହିତ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀର କାରାବାର ବେଧଡ଼କ ଚାଲିଥିବା ବେଳେ ଡ୍ରଗ୍ସ କଣ୍ଟ୍ରୋଲର କିମ୍ବା ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ସହରର ବିଭିନ୍ନ ବସ୍ତି ଅଂଚଳର ନାବାଳକ ମାଳେ ବ୍ୟାପକ ଭାବେ କଫସିରପ୍, ସଲ୍ୟୁସନ, ଇରାଜେକ୍ସ ଆଦି ନିଶା ସହ ଔଷଧ ଦୋକାନ ଗୁଡିକରୁ ନିଶା ବଟିକା ବି କିଣି ଖାଉଥିଲେ। ଏବେ ନିଶାଡ଼ିଙ୍କ ନୂଆ ନିଶା ହୋମିଓପାଥିର ନେର୍ଭ ଟନିକ ନେରିଭଲପ୍ଲସ (୧୦୦ଏମଏଲ)କୁ ପିଉଥିବା ଦେଖିବାକୁ ମିଳିଛି। ରଙ୍ଗାମଟିଗୁଡ଼ା ସହ ସହରର କିଛି ବସ୍ତି ଅଂଚଳରେ ଏଭଳି ବୋତଲ ଦେଖିବାକୁ ମିଳିଛି।

Advertisment

ନବରଂଗପୁର ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଗୁଡ଼ିକରେ ଛତିଶଗଡ଼, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର ଅଂଚଳରୁ ବ୍ୟାପକ ଭାବେ ନକଲି ଔଷଧ ସହ ନିଶା ଔଷଧ ଆସୁଛି। ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ ମାନେ ଏହା ଅସଲି ନା ନକଲି ଜାଣିବା ମୁସ୍କିଲ। ଔଷଧ ଦୋକାନୀ ଲାଭଖୋର ମନୋବୃଦ୍ଧି ନେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। କିଛି ମୁନାଫାଖୋର ଔଷଧ ମାଫିଆ ଏହି ନକଲି ଔଷଧର ଜାଲ  ବିଛାଇଥିବା ଜଣାପଡ଼ିଛି। ଔଷଧ ଦୋକାନ ଗୁଡ଼ିକ ଉପରେ ଡ୍ରଗ୍ସ, ଅବକାରୀ ଓ ପୁଲିସ ପକ୍ଷରୁ କେବେ ମଧ୍ୟ ଚଢ଼ଉ କରିବା ନଜିର ନାହିଁ।

ଆହୁରି ପଢ଼ନ୍ତୁ: Drinking Water: ଆଜନ୍ମ ଜଳ ଯନ୍ତ୍ରଣା; ମେଗା ପାନୀୟଜଳ ପ୍ରକଳ୍ପ ଅପହଞ୍ଚ

ଅନ୍ୟପକ୍ଷରେ ଗୋଟିଏ ଔଷଧ ଦୋକାନରେ ଫାର୍ମାସିଷ୍ଟ ବସିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜଣେ ଫାର୍ମାସିଷ୍ଟଙ୍କ ନାଁରେ ଏକାଧିକ ଔଷଧ ଦୋକାନ ଚାଲିଛି। ଏପରିକି କିଛି ଫାର୍ମାସିଷ୍ଟ ସରକାରୀ ଚାକିରି କରିବା ପରେ ବି ତାଙ୍କରି ନାଁ ଏବଂ ଲାଇସେନସରେ ଖୋଲାଯାଉଛି ଔଷଧ ଦୋକାନ। ଅପରପକ୍ଷରେ ସହରର ବିଭିନ୍ନ ବସ୍ତି ଅଂଚଳର ନାବାଳକ ମାଳେ ବ୍ୟାପକ ଭାବେ କଫସିରପ୍, ସଲ୍ୟୁସନ, ଇରାଜେକ୍ସ ଆଦି ନିଶା ସହ ଔଷଧ ଦୋକାନ ଗୁଡିକରୁ ନିଶା ବଟିକା ବି କିଣି ଖାଉଛନ୍ତି। ନିଶା ବଟିକା ଓ ନକଲି ଔଷଧ ନିୟମିତ ବିଭିନ୍ନ ବସରେ ପଶ୍ଚିମ ଓଡ଼ିଶା, ବ୍ରହ୍ମପୁର, ଭୁବନେଶ୍ଵର, କଟକ ଓ ଛତିଶଗଡ଼ରୁ ଆସୁଥିବା ଜଣେ ଔଷଧ ଦୋକାନୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Afghanistan defeated UAE: ୟୁଏଇକୁ ୫ ୱିକେଟ୍‌ରେ ହରାଇଲା ଆଫଗାନିସ୍ତାନ

ଜିଲ୍ଲାର ଅଧିକାଂଶ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି କରୁଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ଓ ରାଜ୍ୟସରକାର କିଛି ଅଲକଅଲ୍ ରହିତ ଥିବା ଔଷଧ ଗୁଡ଼ିକ ନିଷେଦ୍ଧ କରିବା ପରେ ନିଶାଡ଼ିମାନେ ନୂଆ ନୂଆ ନିଶା ଖୋଜି ପିଉଛନ୍ତି। ଏହି ହୋମିଓପାଥି ନେରିଭଲପ୍ଲସ ସିରଫରେ ୪୦ପ୍ରତିଶତ ଅଲକହଲ୍ ଥିବା ବି ଦେଖିବାକୁ ମିଳିଛି। ଆଲକହଲ୍ ପରିମାଣ ଅଧିକା ଥିଲେ ଦୁଇରୁ ତିନୋଟି ପିଇଲେ ନିଶା ହୋଇଯିବ ବୋଲି କହିଛନ୍ତି ହୋମିଓପାଥୀ ଡାକ୍ତର ଡ.ପଙ୍କଜ ପଟ୍ଟନାୟକ।