ଭୁବନେଶ୍ୱର : କରୋନାକୁ ରୋକିବା ପାଇଁ ସବୁଆଡ଼େ ଲକ୍ଡାଉନ୍, ସଟ୍ଡାଉନ୍ ପରି ବିକଳ୍ପ ବ୍ୟବସ୍ଥା କରାଯାଉଛି। କିନ୍ତୁ ନବରଙ୍ଗପୁର ସାଂସଦ କୋଭିଡ ନିୟମକୁ ବେଖାତିର କରି ହଜାର ହଜାର ଗରିବ, ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି। ଯେଉଁ ସମୟରେ ସରକାରୀ, ରାଜନୈତିକ ତଥା ଧାର୍ମିକ କାର୍ଯ୍ୟକ୍ରମ କରିବା ମନା, ସେହି ସମୟରେ ସାଂସଦ ପେନସନ ବାଣ୍ଟିବା ନାଁରେ ଶହ ଶହ ଲୋକଙ୍କୁ ଏକାଠି କରିବାର ନଜିର ସାମ୍ନାକୁ ଆସୁଛି। ଏମିତି କାମ କରି ଶାସକ ଦଳ ସାଂସଦ, ବିଧାୟକମାନେ ଗରିବଙ୍କ ଜୀବନ ସହିତ ଖେଳୁଛନ୍ତି ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି।
ଶ୍ରୀ ମାଝୀ କହିଛନ୍ତି ଯେ କରୋନା ସମୟରେ ଗରିବ ଲୋକ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥି ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବହୁତ ସୁବିଧା ଯୋଗାଉଛନ୍ତି। କିନ୍ତୁ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ କରୋନା ସମୟରେ ସେମିତି କିଛି ଆଖିଦୃଶିଆ କାମ ନ କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ତାଙ୍କ ନିଜର କହି ଆସୁଛନ୍ତି। ବିଭିନ୍ନ ପେନ୍ସନ୍ ଓ ଚାଉଳକୁ ବିଜୁ ଜନତା ଦଳର ସାଂସଦ/ବିଧାୟକମାନେ ନିଜେ ଠିଆ ହୋଇ ବାଣ୍ଟୁଛନ୍ତି ଓ ଏସବୁ ନବୀନ ପଟ୍ଟନାୟକ ପଠାଇଛନ୍ତି ବୋଲି କହୁଛନ୍ତି। ଗତ କିଛି ଦିନ ହେଲା ନବରଙ୍ଗପୁରର ସାସଂଦ ବିଭିନ୍ନ ଜାଗା ବୁଲି ନିଜେ ଏହି ସବୁ ପେନ୍ସନ୍ ଓ କେନ୍ଦ୍ରର ଅନ୍ୟାନ୍ୟ ସୁବିଧା ବାଣ୍ଟୁଛନ୍ତି। ଏହି ଅଞ୍ଚଳର ସାଂସଦ/ବିଧାୟକମାନେ କିଛି ଦୀର୍ଘ ମିଆଦି କାମ ନ କରି ଏମିତି ଶସ୍ତା ପ୍ରଚାରରେ ମାତିଛନ୍ତି। କେରୋନା ନିୟମକୁ ସମସ୍ତେ କଡ଼ାକଡ଼ି ପାଳନ କରିବା ଆବଶ୍ୟକ। ଖିଲାପକାରୀଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Balabhadra_Majhi.jpg)