ଦୁର୍ଗାପୂଜା ଅବସରରେ ନୂଆ ବାର୍ତ୍ତା ଦେଲେ ନବରଙ୍ଗପୁର ଏସ୍‌ପି : ପତ୍ନୀଙ୍କ ସହ ୯ କୁମାରୀ କନ୍ୟାକୁ ପୂଜା କଲେ

ଭୁବନେଶ୍ୱର : ଦଶହରା ଅବସରରେ କୁମାରୀ କନ୍ୟାଙ୍କୁ ପୂଜା କରି ନିଆରା ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ନିତିନ କୁସଲକର । ଦୁର୍ଗା ପୂଜା ଅବସରରେ ନବରଙ୍ଗପୁର ଏସ୍‌ପି ୯ଜଣ କୁମାରୀ କନ୍ୟାଙ୍କୁ ପୂଜା କରିଛନ୍ତି । ଦିନକୁ ଦିନ ସମାଜରେ ନାରୀଙ୍କ ପ୍ରତି ଅତ୍ୟାଚାର ଚାଲିଥିବା ବେଳେ ଏସ୍‌ପିଙ୍କ ଏହି କନ୍ୟା ପୂଜନ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।

ନାରୀ ଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଓ ସର୍ବ ଶକ୍ତିର ଆଧାର ବୋଲି ସୂଚାଇ ଦେଇଛନ୍ତିି ନବରଙ୍ଗପୁର ଏସ୍‌ପି ନିତିନ କୁସଲକର । ନବରଙ୍ଗପୁର ପୁଲିସ ବାହିନୀ ତରଫରୁ ସ୍ଥାନୀୟ ପୁଲିସ ପଡ଼ିଆରେ ଦୁର୍ଗାପୂଜା ଚାଲିଥିବା ବେଳେ ଏହି କନ୍ୟାମାନଙ୍କୁ ପୂଜା କରାଯାଇଛି । ଏସପିଙ୍କ ସହ ତାଙ୍କ ପତ୍ନୀ ଏହି ପୂଜାରେ ସାମିଲ ହୋଇଥିଲେ ।

kanaknews.com

ସୂଚନାଯୋଗ୍ୟ, କନ୍ୟାପୁଜାରେ ୯ ଜଣ କନ୍ୟାଙ୍କୁ ମାଆ ଦୁର୍ଗାଙ୍କ ୯ଟି ରୂପର ସ୍ୱରୁପ ଭାବେ ପୂଜା କରାଯାଇଥାଏ ଓ ନିଜ ପରିବାରର ମଙ୍ଗଳ କାମନା କରାଯାଇଥାଏ । ସପ୍ତମୀରୁ କନ୍ୟାପୂଜା ଆରମ୍ଭ କରାଯାଉଥିବା ବେଳେ ବିଶେଷ କରି ୨ ବର୍ଷରୁ ୧୧ ବର୍ଷ ବୟସର କୁମାରୀଙ୍କୁ ପୂଜା କରାଯାଇଥାଏ । ଝିଅମାନଙ୍କୁ ଦେବୀଙ୍କ ଭଳି ଆଦର ସତ୍କାର ଓ ଭୋଜନ କରାଇବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ସମ୍ବନ୍ଧିତ ଖବର