ନବରଙ୍ଗପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ନିର୍ବାଚନ ଅସିଦ୍ଧ ପ୍ରସଂଗ, ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ : ନବରଙ୍ଗପୁର ଜିଲ୍ଲା ପରିଷଦ ଉପାଅଧ୍ୟକ୍ଷାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ନେଇ ୨୦୧୮, ଜୁଲାଇ ୨୦ରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନିବେଦିତା ମହାନ୍ତିଙ୍କ ଆବେଦନର ଶୁଣାଣି କରି ରାଜ୍ୟ ନିର୍ବାଚନ କମିସନ୍‌, ନବରଙ୍ଗପୁର ଏଡିଏମ୍‌ ତଥା ନିର୍ବାଚନ ଅଧିକାରୀ, ଓ ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କ ପଦ ରଦ୍ଦ ନେଇ ନବରଙ୍ଗପୁର ଜିଲ୍ଲା ଜଜ ପ୍ରଦାନ କରିଥିବା ରାୟ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର