ଫନି ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ବର୍ଷକର ଦରମା ଦାନ କଲେ ନବୀନ

0

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଫନି ବାତ୍ୟାରେ ସବୁକିଛି ହରାଇ ଦେଇଥିବା ଜନସାଧାରଣଙ୍କ ସାହାଯ୍ୟ ନିମନ୍ତେ ନିଜର ବର୍ଷକର ଦରମା ଦାନ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି । ବାତ୍ୟା ଫନି ସବୁକିଛି ଉଜାଡି ଦେବା ପରେ ବାତ୍ୟା ପରେ ଅଧିକ ହଇରାଣ ହେଉଛନ୍ତି ଲୋକେ ।

ସାମୁଦ୍ରିକ ଝଡ ଫୋନି ଆସିଲା, ଆଉ କିଛି ସମୟ ମଧ୍ୟରେ ସବୁ କିଛି ଛାରଖାର କରି ଚାଲିଗଲା । ଆଉ ବାତ୍ୟା ପରର ଯେଉଁ ବିକଳ ଚିତ୍ର ଛାଡିଗଲା, ତାହା କେବେ ଯେ ଲିଭିବ, ତାହା ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏହାରି ଭିତରେ ଉଜୁଡି ଯାଇଥିବା ସୁନାର ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରୁ ସହାୟତା ହାତ ଆଗକୁ ଆସିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶା ପାଇଁ ଆଜି ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.